STORYMIRROR

Sanjukta Padhi

Tragedy

3  

Sanjukta Padhi

Tragedy

ଅସ୍ତିତ୍ୱ

ଅସ୍ତିତ୍ୱ

1 min
253

ମୁଁ ଏବେ ମୋର

ଅସ୍ତିତ୍ଵକୁ ଖୋଜୁଛି

ମୋ ପିଲାବେଳର

ଧୂଳି ସାଉଁଟା 

ଘୋ ଘୋ ରାଣୀ

ବୋହୂଚୋରି 

ଠିଆପୁଚି ନାରଙ୍ଗ

ଵୁଢି ଅସୁରୁଣୀ ଗପ

ଆହୁରି ଅତୀତ ସବୁ

ଅନେକ ଅନେକ ।

ମୋ ଗୁରୁଜୀ ଗୁରୁମାଙ୍କ

ସ୍ନେହ ମମତା ଓ ରାଗ

ବାବା ବୋଉଙ୍କ ସରାଗ

ଆଦେଶ ଅବମାନନାରେ

ସାମାନ୍ୟ ଟିକିଏ ଦଣ୍ଡ

ତଥାପି ଥାଏ ସୋହାଗ ।

ରୁଟିନ ବନ୍ଧା ଜୀବନର

ବାରମ୍ବାର ଥକି ପଡୁଥିବା ମୁଁ

ଆଜି କାହାକୁ ବା ଦୋଷ ଦେବି

ନାଁ ମୁଁ ଆଗ ଭଳି ସେମିତି ଚୁପ୍

ଅଭିଯୋଗ ପୂର୍ବରୁ ମୁଁ ଜାଗ୍ରତ  

ମୁଁ ଆଉ ମୋ ଭିତରେ ବି

ଆଗପରି ସୀମିତ ନୁହେଁ

ଏଇମିତି ଚାଲିଥିବି ଆଗକୁ 

ଏ ଜୀବନରେ ଵଞ୍ଚିଵା ଯାଏ

ଏଇମିତି ଦିନେ ତୁମେ ଆସିବ

ତୁମ ବେଦନା ସିକ୍ତ କାହାଣୀ

ମୋ ଆଗରେ ନିଶ୍ଚେ ବଖାଣିବ

ଆଉ ମୁଁ ଅହଲ୍ୟା ସମ ଉଦ୍ଧରି

ସେତେବେଳେ ମୁଁ ରାଧା ହେଲେ

ତୁମେ ମୋ ପରାଜିତ ପ୍ରିୟ

କଳା କହ୍ନାଇ ହେଇଯିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy