ଅସ୍ତିତ୍ୱ
ଅସ୍ତିତ୍ୱ


ମୁଁ ଏବେ ମୋର
ଅସ୍ତିତ୍ଵକୁ ଖୋଜୁଛି
ମୋ ପିଲାବେଳର
ଧୂଳି ସାଉଁଟା
ଘୋ ଘୋ ରାଣୀ
ବୋହୂଚୋରି
ଠିଆପୁଚି ନାରଙ୍ଗ
ଵୁଢି ଅସୁରୁଣୀ ଗପ
ଆହୁରି ଅତୀତ ସବୁ
ଅନେକ ଅନେକ ।
ମୋ ଗୁରୁଜୀ ଗୁରୁମାଙ୍କ
ସ୍ନେହ ମମତା ଓ ରାଗ
ବାବା ବୋଉଙ୍କ ସରାଗ
ଆଦେଶ ଅବମାନନାରେ
ସାମାନ୍ୟ ଟିକିଏ ଦଣ୍ଡ
ତଥାପି ଥାଏ ସୋହାଗ ।
ରୁଟିନ ବନ୍ଧା ଜୀବନର
ବାରମ୍ବାର ଥକି ପଡୁଥିବା ମୁଁ
ଆଜି କାହାକୁ ବା ଦୋଷ ଦେବି
ନାଁ ମୁଁ ଆଗ ଭଳି ସେମିତି ଚୁପ୍
ଅଭିଯୋଗ ପୂର୍ବରୁ ମୁଁ ଜାଗ୍ରତ
ମୁଁ ଆଉ ମୋ ଭିତରେ ବି
ଆଗପରି ସୀମିତ ନୁହେଁ
ଏଇମିତି ଚାଲିଥିବି ଆଗକୁ
ଏ ଜୀବନରେ ଵଞ୍ଚିଵା ଯାଏ
ଏଇମିତି ଦିନେ ତୁମେ ଆସିବ
ତୁମ ବେଦନା ସିକ୍ତ କାହାଣୀ
ମୋ ଆଗରେ ନିଶ୍ଚେ ବଖାଣିବ
ଆଉ ମୁଁ ଅହଲ୍ୟା ସମ ଉଦ୍ଧରି
ସେତେବେଳେ ମୁଁ ରାଧା ହେଲେ
ତୁମେ ମୋ ପରାଜିତ ପ୍ରିୟ
କଳା କହ୍ନାଇ ହେଇଯିବ ।।