ଚିର ସତ୍ୟ
ଚିର ସତ୍ୟ
ଜନ୍ମ ଥିଲେ ଅଛି ପରା ମୃତ୍ୟୁଟି ନିଶ୍ଚିତ,
ତେଣୁ ଆମେ କରିଯିବା କାର୍ଯ୍ୟଟି ଉଚିତ ।
ଦେବତା ବି ଜାତ ହେଲେ ଏ ମରତ ଧାମେ,
ଆପଣା କର୍ତ୍ତବ୍ୟ ଯାହା ଲାଗନ୍ତି ସେ କାମେ ।
ନର ଦେହ ତେଜି ପୁଣି କରନ୍ତି ଗମନ,
ମୃତ୍ୟୁ ଚିର ସତ୍ୟ ଅଟେ ଜାଣେ ତ୍ରିଭୁବନ ।
ଶିଶୁ, ଯୁବକ, କିଶୋର, ବୃଦ୍ଧ ଅବା ବୃଦ୍ଧା,
ଯେବେଳେ ଯା' କାଳ ପୂରେ ନ ଛାଡ଼େ ସେ କଦା ।
ଶୁଣେନା କା' ଅନୁରୋଧ ଆକୁଳ ଗୁହାରି,
ଘେନିଯାଏ ସଙ୍ଗେ ତା'ର ଚିହ୍ନିଥିଲା ପରି ।
ଜରା ବ୍ୟାଧିରେ ପୀଡ଼ିତ ଥାଏ ଯେଉଁ ଜନ,
ତା' ଲାଗି ସେ ମୁକ୍ତି ଦ୍ୱାର ନୁହେଁ ଜମା ଘୃଣ୍ୟ ।
ସୃଷ୍ଟି ହିତଲାଗି ଅଛି ମୃତ୍ୟୁର ଗୁରୁତ୍ୱ,
ଜନ୍ମଥିଲେ ମୃତ୍ୟୁ ଘଟେ ଏହା ଚିର ସତ୍ୟ ।
