Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Abstract Classics Inspirational

4.0  

Debadatta Jena

Abstract Classics Inspirational

ଜୀବନ..

ଜୀବନ..

1 min
227



କିଏ କହେ ଏଠି ଜୀବନ ଜଞ୍ଜାଳ, ଜୀବନ ନରକ, ଜୀବନ ତ ଜଉଘର, 


କିଏ କହେ ପୁଣି ଜୀବନ ଯାତନା, ଜୀବନ ଯନ୍ତ୍ରଣା, ନିଦାଘର ବାଲିଘର | 


ଜୀବନ ଯେଉଁଠି ସାଧନାର ପୀଠ,ଶାଶ୍ୱତ, ଅମୃତ, ସାଧନାର ଷଠୀଘର, 


ଜୀବନ ସେଇଠି ମନ୍ତ୍ର ମୁଗ୍ଧ କରେ, ମନ୍ତ୍ର ସିଦ୍ଧ ହୁଏ, ଜୀବନ ତ 


ମୁକ୍ତି ପଥ..||


ଜୀବନ ନୁହଁଇ କାମନା ବାସନା ଲୋଭ ମୋହ ମାୟା ତୃପ୍ତିର 


ଅକ୍ଷ ପଥ, 


ଜୀବନ ଅଟଇ ପ୍ରେମ ସୁଧା ବହ୍ନି ପ୍ରେମ ଅର୍ଘ୍ୟ ଥାଳି କୁସୁମିତ 


ମୁକ୍ତି ତୀର୍ଥ |


ଜୀବନ ଯୁଇରେ ସ୍ୱାର୍ଥ ମେଧ ଯଜ୍ଞ, ପ୍ରେମ ପୁଷ୍ପ ରାଗ ପ୍ରସ୍ଫୁଟିତ 


ମୋକ୍ଷ ମାର୍ଗ, 


ଜୀବନ ବହ୍ନିରେ ସ୍ନେହ ପ୍ରେମ ପ୍ରୀତି ସ୍ୱାର୍ଥ ତ୍ୟାଗ ସିଦ୍ଧି ମିଳନର 


ସ୍ୱର୍ଗ ଧାମ || 


ଜୀବନ ନଈରେ,କେବେ ସେ ଜୁଆର ସଦା ଛଳ ଛଳ ଅବିରତ 


ନିତ୍ୟ ସ୍ଥାନ, 


ଜୀବନ ମୁକ୍ତିରେ,କେବେ କଣ୍ଟକିତ,କେବେ ପ୍ରସ୍ଫୁଟିତ,ସତ୍ତ୍ୱ ରଜ 


ତମ ମୁକ୍ତ କାମ |


ଜୀବନ ଆକାଶ, ଜୀବନ ସାରାଂଶ, ଜୀବନ ସ୍ରୋତ,ପ୍ରତିକ୍ଷୀତ 


ମନ୍ତ୍ର ସିଦ୍ଧ, 


ଜୀବନ ପ୍ରକାଶ, ଜୀବନ ଆଲୋକ, ସୃଷ୍ଟି ଅବକାଶ,ସେ ମୁକ୍ତିର 


ପୁଣ୍ୟ ମାର୍ଗ ||


ସବୁ ସର୍ଜନାର ମୂଳ ମନ୍ତ୍ର ସେହି, ଜୀବନ ମୁକ୍ତିର ଆସ୍ଵାଦନ ସେହି 


ସେ ପରା ଚିର ଭାସ୍ୱର |


ଜୀବନ ମୂର୍ଚ୍ଛନା ପ୍ରାଣ ସ୍ପର୍ଶ ସେହି, ଜୀବନ ଆଲୋକ ତତ୍ତ୍ୱ ପୂର୍ଣ୍ଣ ହୋଇ ଗାଏ ଜୀବନ ସଂଗୀତ || 


    






Rate this content
Log in

Similar oriya poem from Abstract