STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ଦୀପଟିଏ

ଦୀପଟିଏ

1 min
197


ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନେ ଜନ ଯିବେ ନିଶ୍ଚେ ଚଳି

ଅପ୍ରେଲ ୫ ରବିବାର ରାତି ୯ ଆଉ ଏକ ଦୀପାବଳୀ, 


୯ ମିନିଟ୍ ଯାଏ ଆଲୋକିତ ହେବ ସାରା ଭାରତବର୍ଷ

କୋରୋନା ବୀରଙ୍କ ସୁସ୍ୱାସ୍ଥ୍ୟ କାମ୍ୟ ଏକାଠି ଅଛି ଦେଶ, 


ପବିତ୍ର ମନରେ ସ୍ୱଚ୍ଛ ହୃଦୟରେ ଦେବା ଦୀପଟିଏ ଜାଳି

ଆଲୋକର ମହାଶକ୍ତି ଉପଯୋଗେ ବିପଦ ବି ଯିବ ଢଳି, 


ଭୁତାଣୁ ରାକ୍ଷସ ବଦ୍ଧ ହେବ ନିଶ୍ଚେ ଅଛନ୍ତି ଦେବଦୂତଗଣ

ଭାରତର ପ୍ରତିଜନ କରିଛନ୍ତି ମନେ ସଚେତନତାର ପଣ, 


କୋରୋନା ମହାମାରୀ ଆତଙ୍କେ କେତେ ଯେ ପଡନ୍ତି ବଳି

ଏକତା ସୂତ୍ରରେ ବାନ୍ଧିହୋଇ ଆମେ ଭୁଲିଯିବା ସବୁକଳି, 


ସଫେଇ ଆଉ ପୋଲିସ କର୍ମୀଙ୍କ କର୍ତ୍ତବ୍ଯ କୁ କର ସଲାମ

ଜୀବନକୁ ବାଜି ଲଗାଇଛନ୍ତି ଦେବେ କୋଭିଡ୍ କୁ ଲଗାମ, 


ମାନବ ସମାଜ ସୁରକ୍ଷିତ ରହୁ ଭୁତାଣୁ ଯିବ ନିଶ୍ଚେ ଜଳି

ଭାରତ ଦେଶ ସାଜିବ ଦ୍ରୁଷ୍ଟାନ୍ତ ସାରା ଜଗତକୁ କରି ମେଳି । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract