କବିତା ଆଳାପ-37 : (ପଞ୍ଚମ ସପ୍ତାହ) ଅମିତ୍ରାକ୍ଷର କବିତା -02 : ସମୁଦ୍ର :
କବିତା ଆଳାପ-37 : (ପଞ୍ଚମ ସପ୍ତାହ) ଅମିତ୍ରାକ୍ଷର କବିତା -02 : ସମୁଦ୍ର :
ଏ' ବିଶାଳ ସୃଷ୍ଟି ପରେ ସବୁଠାରୁ ଦୀର୍ଘତମ,
ରତ୍ନାକର ନାମବହି ଧନାଢ୍ୟ ବରୁଣ,
ଯେଉଁ ଲବଣ ଟିକେ ପାଇଁ ସ୍ଥଳଚର ହୁଅନ୍ତି ଆତୁର,
ପ୍ରତ୍ୟେକ ବିନ୍ଦୁରେ ମୋର ସେ ଲବଣଯୁକ୍ତ |
ଅତିଥିଙ୍କୁ ପାଛୋଟି ଆଣିବାରେ ମୁହିଁ ସଦା ଆଗଭର,
ଦର୍ଶକ ଭାବୁକ ଆଉ ପର୍ଯ୍ୟଟକ,
ମୋ ପାଖକୁ ଆସୁ ଆସୁ ତାଙ୍କପାଦ କରେ ମୁହିଁ ସ୍ପର୍ଶ,
ଅତିଥିଦେବ ଭଵର ମହତ୍ୱ ଜାଣିଛି |
ଅସରନ୍ତି ଖାଦ୍ୟର ମୁଁ ନିଜେ ଗନ୍ତାଘର,
କୋଟି କୋଟି ଜୀବନକୁ ନେଇ ମୋର ପରିବାର,
ମୋ କୋଳରୁ ଚନ୍ଦ୍ର ଯାଇ ରହିଛି ଆକାଶେ,
ସୃଷ୍ଟିକର୍ତ୍ତା ବିଷ୍ଣୁଙ୍କର ପାଟରାଣୀ,
ଲକ୍ଷ୍ମୀ ମୋର କନ୍ୟା |
ତଥାପି ମୋ ମନେନାହିଁ ତିଳେମାତ୍ର ଗର୍ବ,
କାହାର ମୁଁ ନୁହେଁ ପ୍ରତିଦ୍ଵନ୍ଦୀ,
କୁଳ କେବେ ଲଙ୍ଘେ ନାହିଁ ମାନିଥାଏ ପ୍ରକୃତିର ନୀତି |
କିନ୍ତୁ..
ଏତେ ସତ୍ୱେ ମୋ ହୃଦୟେ ଭରିଛି ଯନ୍ତ୍ରଣା,
ଯାହାକୁ ମୁଁ କରିପାରେନା ପ୍ରକାଶ,
ଲବଣାକ୍ତ ଜଳପାଇଁ ସୃଷ୍ଟିରେ ନିନ୍ଦିତ,
ମୁଁ ସମୁଦ୍ର, ଏ' ସୃଷ୍ଟିର ବୃହତମ ଉପାଦାନ |