କୁହ କାହିଁ ଜଗନ୍ନାଥ
କୁହ କାହିଁ ଜଗନ୍ନାଥ


ତୁମ୍ଭ ପରି ନାଥ ଥାଇ ମୁଁ ଅନାଥ
କୁହ କାହିଁ ଜଗନ୍ନାଥ
ଭକତ ମହତ ରଖ ହୋ ସାମନ୍ତ
ବଢ଼ାଇ ତୁମ୍ଭ ଶ୍ରୀହସ୍ତ ॥୧॥
କୃପାସିନ୍ଧୁ ହୋଇ କୃପା କର ନାହିଁ
କୃପାରୁ କାହିଁ ମୁଁ ବଞ୍ଚିତ
ପତିତ ପାବନ ବାନା ଉଡାଉଛ
ଦୁଃଖେ ଶଢ଼େ ଏ ପତିତ
ଭାବଗ୍ରାହୀ ହୋଇ ଭାବ ବୁଝ ନାହିଁ
କି ଯଶ ଲଭୁଛ ନାଥ ॥୨॥
ଦୁଃଖୀ ଶ୍ୟାମ ହୋଇ ଦୁଃଖ ଶୁଣ ନାହିଁ
ମନ ମୋ ହୁଏ ବ୍ୟଥିତ
ଯୋଡି ମୋର ହାତ କରେ ପ୍ରଣିପାତ
ବୁଝ ମୋର ମନ ରଥ
ଦେଖାଅ ଅନନ୍ତ ସତ୍ୟର ସଂକେତ
କଢ଼ାଇ ନେଇ ମୋ ପଥ॥୩॥