Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

3  

Pratima Satpathy

Classics

ମୃଣାଳିନୀ ସରାଭାଇ.

ମୃଣାଳିନୀ ସରାଭାଇ.

1 min
112



ଉଣେଇଶି ଶହ ଅଠର ମସିହା

      ମେ, ଏଗାର ତାରିଖରେ

ଜନ୍ମ ହୋଇଥିଲ ମହିୟସୀ ନାରୀ

   କେରଳ ରାଇଜ ଠାରେ l

ପିତା ସୁବ୍ବ ରାମ ସ୍ୱାମୀ ନାଥନ

      ମାନ୍ଦ୍ରାଜ ହାଇକୋର୍ଟ ଓକିଲ

ମାତା ଅମ୍ମୁ ସ୍ୱାମୀ ନାଥନ , ସ୍ୱାଧୀନ

    ସାମାଜିକ କର୍ମୀ ଥିଲେ l

ସୁଇଜର ଲାଣ୍ଡ ଡାଲକ୍ରୋଜ ସ୍କୁଲରେ

    କଟିଥିଲା ପିଲାଦିନ

ଶାନ୍ତି ନିକେତନେ ରବୀନ୍ଦ୍ର ନାଥ 

    ଠାକୁର ଙ୍କ ଦିଗ ଦର୍ଶନ l

କଥକକେଲି ଓ ଭାରତ ନାଟ୍ୟମ

    ମଣିପୁରୀ ନୃତ୍ୟ ଶିକ୍ଷା

ଆମେରିକାନ ଏକାଡେମୀ ଡ୍ରାମାଟିକ

     ଆର୍ଟିସ ରେ ନାମ ଲେଖା l

ଉଣେଇଶିଶହ ପଞ୍ଚସଠି ମସିହା ରେ 

      ପାଇଲ ପଦ୍ମଶ୍ରୀ

ବୟାନବେ ମସିହାରେ ପଦ୍ମ ବିଭୂଷଣ

     ମିଳିଲା ଉପାଧି l

ଚୌରାନବେରେ ସଂଗୀତ ନାଟକ 

    ଏକାଡେମୀ ଫେଲୋସିପର 

ଦୁଇ ହଜାର ତେରରେ କେରଳରେ

     ନିଶାଗାନ୍ଧୀ ପୁରସ୍କାର l

ତିନିଶହ ରୁ ଅଧିକ ନାଟକ ଓ

     ନୃତ୍ୟ ନିର୍ଦ୍ଦେଶନା ଦେଲ 

ଅଠରଶହରୁ ଅଧିକ ଛାତ୍ରଙ୍କୁ

    ନୃତ୍ୟ ଶିକ୍ଷା ଦେଇଥିଲ

ମହାନ ନୃତ୍ୟ ଗୁରୁ ନାମରେ ତୁମେ

   ବିଶ୍ୱ ବିଖ୍ୟାତ ହୋଇଲ

ମହାନ ଭୌତିକ ବୈଜ୍ଞାନିକ

    ସରାଭାଇ ଙ୍କୁ ବିବାହ କଲ l

ନୃତ୍ୟ ଜଗତର ଉଜ୍ଜଳ ତାରକା

    ଜଗତକୁ ମୁଗ୍ଧ କରି

ଦୁଇ ହଜାର ଷୋହଳ ମସିହାରେ

    ଚାଲିଗଲ ସ୍ବର୍ଗପୁରୀ l

ନୃତ୍ୟ ଜଗତର ଅନନ୍ୟ ପ୍ରତିଭା

   ହୋଇଗଲ ଅସ୍ତମିତ

ତୁମ ଯଶ କୀର୍ତ୍ତି ଅମର ରହିଛି

   ଝୁରୁଛି ସାରା ଜଗତ l


Rate this content
Log in

Similar oriya poem from Classics