Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

3  

Anirudha Kund

Classics

କୁହ କାହିଁ ଜଗନ୍ନାଥ

କୁହ କାହିଁ ଜଗନ୍ନାଥ

1 min
132



ତୁମ୍ଭ ପରି ନାଥ ଥାଇ ମୁଁ ଅନାଥ 

    କୁହ କାହିଁ ଜଗନ୍ନାଥ 

ଭକତ ମହତ ରଖ ହୋ ସାମନ୍ତ 

  ବଢ଼ାଇ ତୁମ୍ଭ ଶ୍ରୀହସ୍ତ ।


କୃପାସିନ୍ଧୁ ହୋଇ କୃପା କର ନାହିଁ

  କୃପାରୁ କାହିଁ ମୁଁ ବଞ୍ଚିତ 

ପତିତ ପାବନ ବାନା ଉଡାଉଛ 

   ଦୁଃଖେ ସଢ଼େ ଏ ପତିତ 

ଭାବଗ୍ରାହୀ ହୋଇ ଭାବ ବୁଝ ନାହିଁ 

  କି ଯଶ ଲଭୁଛ ନାଥ ।


ଦୁଃଖୀଶ୍ୟାମ ହୋଇ ଦୁଃଖ ଶୁଣ ନାହିଁ 

   ମନ ମୋ ହୁଏ ବ୍ୟଥିତ 

ଯୋଡି ମୋର ହାତ କରେ ପ୍ରଣିପାତ 

  କରନି ଆଉ ଲାନ୍ଛିତ 

ବାହୁଡା ବେଳରେ ବାହୁଡ଼ାଇ ନେଇ 

  ବୁଝ ମୋର ମନ ରଥ।


Rate this content
Log in

Similar oriya poem from Classics