Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ପାଇଛି ମଣିଷ ଜୀବନ

ପାଇଛି ମଣିଷ ଜୀବନ

1 min
196



ମର୍ତ୍ତ୍ୟ ମଣ୍ଡଳରେ ଆମେ 

ଜନମ ଲଭିଛେ

ଭାବନାରେ ଶ୍ରେଷ୍ଠ ମନୁଷ୍ୟ 

ପରା ହୋଇଛେ ।


ଦିନେ ନା ତ ଦିନେ ଆମେ 

ନିଶ୍ଚିତ ମରିବା

ଜନମର ସାର୍ଥକତାକୁ ସଦା 

ମନେ ରଖିବା ।


କର୍ମ ଆମର ଅଟେ ଗୁରୁ, 

ଏହି କଥା ଭାବିବା

ଜୀବନ ମଧ୍ୟରେ ସଦା

ସୁକର୍ମ କରୁଥିବା  ।


ପ୍ରକୃତିଦତ୍ତ ନୀତି ନିୟମକୁ 

ମାନି ଚଳିବା,

ନ୍ୟାୟବାନ ସତ୍ୟବାନ ହୋଇ 

ବଞ୍ଚି ରହିବା ।


ଯେ ପର୍ଯ୍ୟନ୍ତ ନିଜ ଗୋଡରେ 

ହୋଇଛେ ଠିଆ

ହୋଇବାନି ସତ୍ୟ ପଥେ ଚାଲି 

କେବେ ଛାନିଆ ।


ଠକ, ଭଣ୍ଡ, ସ୍ୱାର୍ଥ,

ସୁବିଧାବାଦୀ ଡରାଇବେ

ନିତି ଆମକୁ ଲୋଭ

ଦେଖାଇ ଭଣ୍ଡିବେ ।


ଭୀରୁ ହୋଇଲେ ମନଟି, ନିତ୍ୟ 

ମରିବି କାପୁରୁଷ ହୋଇ

ଭୟରେ ଲୋଭେ ଯଦି ଯିବା 

ଲୋଟି ଯାଇ ।


ଜାଣିଛି ଶୋଇବା ପୁଅର ଭାଗ 

ନାହିଁ ସବୁଠି 

ସେ ହୁଏ ପରା ଅଣ ଦେଖା

ସର୍ବ ସ୍ଥାନଠି ।


ପାଇଛି ଶିକ୍ଷା, କାର୍ଲମାର୍କ୍ସର 

ହୁଙ୍କାରୁ, ଏକତାର 

ସେ ଚିତ୍କାରରୁ ହୋଇଛି ତ 

ସଚେତନତା ମୋର ।


ମଉନ, ନୀରବ, ଶାନ୍ତ, କାନ୍ତ 

ଭାବ ଭାବନାକୁ 

ପାଇଛି ଶିକ୍ଷା, କେହି ତ ନବୁଝି

ପାରେ ତାହାକୁ ।


ହତାଶ ନହୋଇ, ସଂଘର୍ଷକୁ ବାହି, 

ଚଳେ ଯେଉଁ ନର

ନ୍ୟାୟ ପାଇଁ ଯିଏ ଯୁଝେ ଅମାପ 

ବଳ ତାହାର ।


ପ୍ରକୃତି ଦତ୍ତ ନୀତି ନିୟମକୁ

ମାନି କରି ଚଳିଲେ

ମୃତ୍ୟୁ ଲଭି ପାରେ,

ନ୍ୟାୟ ପାଇଁ ଲଢ଼ିଲେ ।


ଲଢ଼ିବା ସମୟେ ସରବେ

ଭୟ ତ୍ୟାଗ କରି 

ସତ୍ୟ ପଟେ ହେବା ଠିଆ 

ଶପଥ ଆମରି ।


ସାହସ ଭରିଲେ, ଦୂର ହୁଏ 

କାତରତାପଣ

ସେଥିପାଇଁ ଦରକାର, ଧୀର 

ଓ ସ୍ଥିର ମନ ।


ଗଲା କଥା ତ ଗଲାଣି, 

ହୋଇଛି ଅତୀତ 

ପୁରୁଣା ଘଟଣା ମନେ ଭାବି 

ହେବା କାହିଁକି ଦୁଃଖିତ ।


ଅତୀତର ଭୁଲ୍ ଗୁଡିକରୁ ଶିଖି, 

ଦୁଃଚିନ୍ତା ତ୍ୟାଗ କରି

ଚାଲିବି ଜୀବନ ପଥରେ ଆଦର୍ଶ 

ଜୀବନର ସିଦ୍ଧାନ୍ତ କରି ।

 

ବଞ୍ଚିବାର ପାଇଁ ଧ୍ୟାନ ରଖିଥିବା

ସବୁବେଳେ ମୋର ମନରେ

ସଂଗ୍ରାମ ପଥ ସବୁ ଯୁଗରେ ପ୍ରତ୍ୟେକ

ମଣିଷର ଜୀବନରେ ।


ମଣିଷ ଜୀବନ ନୁହଁଇ କେବଳ ଦଣ୍ଡ 

ଦିନ ମାସ ବର୍ଷ କେବେରେ

ସମୟକୁ କରିବି ଉପଭୋଗ,

ଗର୍ବ ତ୍ୟାଗ କରି ଜୀବନ ମଧ୍ୟରେ ।


ସମାଜର ମଧ୍ୟେ ଉତ୍ତମ ସମ୍ପର୍କ ରଖି 

ଚଳିବା ଭଲ ବୁଝାମଣାରେ

ଜୀବନ ବଞ୍ଚିବାର ପାଇଁ ଧ୍ୟାନ

ରଖିଥିବା ମନରେ ।



Rate this content
Log in