STORYMIRROR

Nityananda Barik

Classics

3  

Nityananda Barik

Classics

ରାଷ୍ଟ୍ରୀୟ ନବବର୍ଷ

ରାଷ୍ଟ୍ରୀୟ ନବବର୍ଷ

1 min
160

ଆମ ନବବର୍ଷ ରେ ତରୁ ହୁଏ ନବପଲ୍ଲବିତ

 ସୃଷ୍ଟି ରଚନା ର ଅୟମାରମ୍ଭ

ଭଗବାନ ବିଷ୍ଣୁ ଙ୍କ ପ୍ରଥମ ଅବତାର

ଶୁଭାରମ୍ଭ ହୁଏ ବିକ୍ରମ ସମ୍ବତର l

ମହର୍ଷି ଗୌତମଙ୍କ ଜନ୍ମ ଏହି ଦିନ

ରାଜ୍ଯାଭିଷେକ ଧର୍ମରାଜ ଯୁଧିଷ୍ଠିର

ଓ ଶ୍ରୀ ରାମ ଙ୍କ ର

ଆର୍ଯ୍ୟ ସମାଜ ର ପ୍ରତିଷ୍ଠା ବିକ୍ରମ l

ସମ୍ବତର ଶୁଭାରମ୍ଭ

କୋକିଳ ର କୁହୁତାନ

ଆମ୍ର ମଞ୍ଜରୀ ର ଭୁରୁ ଭୁରୁ 

ଶାନ୍ତ ସ୍ନିଗ୍ଧ କମନୀୟ ପରିବେଶ l

ଶାଳ ତରୁରେ ପେନ୍ଥା ପେନ୍ଥା ଧବଳ ପୁଷ୍ପ

ମଧୁର ମଧୁର ଗୁଞ୍ଜନ

ପଳାଶର ଦିଗନ୍ତ ଭରା ନାଲି ଆସ୍ତରଣ

କଅଁଳ ପତ୍ରର ମୃଦୁଥରା ରୂପ ଛଟା

ତା ମଧ୍ୟରେ ପାଦଥାପେ ରାଷ୍ଟ୍ରୀୟ ନବବର୍ଷ

କହିଯାଏ କାନେ ବସୁଧୈବ କୁଟୁମ୍ବ

କମ୍ ରବାର୍ତ୍ତାକାନେ କାନେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics