STORYMIRROR

Nityananda Barik

Inspirational

3  

Nityananda Barik

Inspirational

ସ୍ମୃତି

ସ୍ମୃତି

1 min
390

ସ୍ମୃତି ଏକ ଦୁଃଖ ସୁଖ ଫେଣ୍ଟାଫେଣ୍ଟି 

ଜୀବନ ଦର୍ଶନର ତରଳ ଅନୁଭବ

ବାଲ୍ୟ ଚାପଲ୍ୟର ଅମୃତ ସ୍ପର୍ଶ

ସାଙ୍ଗ ସାଥି ଗହଣରେ 

ନିଆରା ଅଭିନୟ ଓ ଅଭିମାନ 

ସ୍ମୃତି ପୁଣି ଉଡନ୍ତା ଗୁଡ଼ିର କାଚଗୁଣ୍ଡମିଶା ଅଡ଼ୁଆ ସୂତା 

ଗାଧୁଆ ତୁଠର ଗୋଳିଆ ପାଣି

ଆଉ କଙ୍କଡା ଗାତରେ ଦୂବଘାସ ପୂରାଇବାର ପ୍ରଚୁର ପ୍ରୟାସ

ସ୍ମୃତି ପୁଣି ପିଜୁଳି ଗଛରେ ପିଜୁଳି ଖାଇବାର ଅମୃତ ଅନୁଭବ 

କାନ୍ଦିବା ତୋଳାଳୀ ଅସରନ୍ତି ଭାବ ।

କାର୍ତ୍ତିକ ମାସ ଶୀତରେ ପ୍ରାତଃ ମିନାର 

ମୃଦଙ୍ଗ ଗିନି ବାଦନରେ 

ଭାବ ଭକ୍ତି ଭରା ଆଧ୍ୟାତ୍ମିକ ଉତ୍ତରଣ 

ସ୍ମୃତି ପୁଣି ନୁନି ଚାରିପଟେ ରୁଣ୍ଡ ବୟସ୍କ ବୟସ୍କାଙ୍କ 

ପୁରାଣ ଶୁଣିବାର ଅମିୟ ଉତ୍କଣ୍ଠା 

ସ୍ମୃତି ପୁଣି ଧାନ କ୍ଷେତରେ ‌ଆମ୍ବୁଲ ଓ ବାସି ପଖାଳର

ମନ ମୋହକ ବାସ୍ନା ଏସବୁ ଏବେ ସ୍ୱପ୍ନ

ସ୍ମୃତି ଏବେ ବିଲୀନ ଦୂର ଦିଗ୍ ବଳୟର

ଅଜଣା ରାଇଜେ ବାସ୍ତବତା ଠାରୁ ଅନନ୍ତ ଯୋଜନାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational