ଉଜ୍ଜ୍ବଳ ଦୀପ
ଉଜ୍ଜ୍ବଳ ଦୀପ
ଏ ସଞ୍ଜୁଆ ଶୀତଳ ସ୍ପର୍ଶ
ତାହାକୁ ଦୂର କରିବାକୁ
ମିଞ୍ଜି ମିଞ୍ଜି ଆଲୋକର ସମ୍ଭାର
ବାର୍ତ୍ତା ବହନ କରେ ଓ ବାର୍ତ୍ତା ଦେଇଥାଏ
ହେ ଅମୃତର ସନ୍ତାନଗଣ !
ଦେଖ ତ ସ୍ଵକୀୟ ଦହନରେ
ମୁଁ କିପରି ଉଜ୍ଜବ ମୁଖରେ ତୁମକୁ ସ୍ବାଗତ କରୁଛି
ପୃଥିବୀ ବକ୍ଷରୁ ଦୂରେଇ ଦେବାକୁ ଚାହୁଁଛି
ହିଂସା, ଦ୍ୱେଷ, କ୍ଳେଶ ଓ କାଳିମାକୁ
ଉଠ, ନିଦ୍ରା ତେଜି ତମିସ୍ରାର ବନ୍ଧନ ଛିନ୍ନ ହେଉ ।
କ୍ଷତ ବିକ୍ଷତ ଶତ୍ରୁ ସନ୍ତ୍ରାସିତ ମୋ ପୂଣ୍ୟ ଭୂମି ଭାରତ
ମୁଖରେ ଟିକିଏ ଆଶାର ଆଲୋକ ଜଗାଇ ଦିଅ
ଅରାଷ୍ଟ୍ରିୟ ଶକ୍ତିକୁ ଦମିତ କରି
ମାତୃଭକ୍ତିର ଦୀପାଳି ଜାଳି ଦିଅ
ଅଶ୍ରୁସିକ୍ତା ପରା ମୋ ଭାରତ ମାତା ।
ଆମେ ଆଜି ପରାଙ୍ଗ ପୃଷ୍ଟପରି
ଅରାଷ୍ଟ୍ରିୟ ଶକ୍ତିର କବ୍ଜାରେ
ଦୀପଟିଏ ସିନା ଆମେ ଦାନ କରନ୍ତି
ଅତୃପ୍ତ ମହାତ୍ମା ଏ ବେ ବି ଅତୃପ୍ତ
ଉତ୍ତରାଧିକାରୀ ଯଦି ସନ୍ତ୍ରସ୍ତ ,
କିପରି ତାଙ୍କର ଆତ୍ମା ତୃପ୍ତ ହେବ ଯେ
ଯଦି ଭାରତର ପ୍ରତ୍ୟେକ ସନ୍ତାନ ମୁଖରେ ଉଜ୍ଜ୍ବଳ ଦୀପ୍ତି
ଖେଳି ନ ଉଠିବ
ଅଭିଷିକ୍ତ ମହାମାନବର ଅଭିପ୍ସା ଆନନ୍ଦରେ ଉଛୁଳି ନ ଉଠିବ
ଦୀପର ସମ୍ଭାର କଣ ଦୂର କରି ଦେଇପାରିବ ?
ଜନ୍ମ ମାଟିର ରୂପ ,ରସ,ଗନ୍ଧେ
ଆମ ଶରୀର ପରା ପରିପୁଷ୍ଟ
ଆମେ କେମିତି ଭୁଲି ଯିବାଯେ,
ମାତୃଭୂମିର ସେହି ସ୍ନେହ ବୋଳା ଆଶ୍ଳେଷକୁ ।
ଆମ ଦୀପଦାନ ମଧ୍ୟରେ ପୂରିରହୁ ଅଫୁରନ୍ତ ମାତୃଭକ୍ତି ।
ଆମେ ଆହ୍ବାନ କରିବା ଶକ୍ତି ମୟୀ ଜନନୀ ମହାକାଳୀଙ୍କୁ
ପୁଣି ଶାନ୍ତି, ମୈତ୍ରୀ ବୈଭବ ଶାଳୀ
ରାଷ୍ଟ୍ରରେ ଝଲସି ଉଠିବ ପୁଣ୍ୟମୟୀ ଭାରତ
ମାଆର ମୁଖରେ ଆନନ୍ଦ ଉଜ୍ଜ୍ବଳ ରେଖାଟିଏ କୁଟି ଉଠିବ ।
