STORYMIRROR

Nityananda Barik

Inspirational

3  

Nityananda Barik

Inspirational

ବୃକ୍ଷ

ବୃକ୍ଷ

1 min
141

ତମାମ ଖରାରେ ହେଉ ବା ବର୍ଷାରେ

ଅବା ଶୀତ କାକରରେ ମୁଁ ଦଣ୍ଡାୟମାନ

ପ୍ରାଣୀ ସମୁଦାୟଙ୍କ ହିତ ସାଧନାରେ 

ଅଙ୍ଗାର କାମ୍ଳ ବିଷ ବଳୟରୁ ପ୍ରାଣୀଙ୍କୁ 

ରକ୍ଷାକରିବା ଧର୍ମ ମୋର, ସ୍ରଷ୍ଟାଙ୍କ ନିୟମ ମାନି

ମୋ ମାଲିକ କଥାରୁ ହଟି ନଯାଇ ଚାଲିଛି ମୁଁ 

ମୋର ଗନ୍ତବ୍ୟ ପଥରେ

ମୋର ସୁଶୀତଳ ଛାଇରେ ଆଶ୍ରୟ ନେଉ ନେଉ

ଆଶ୍ବସ୍ତ ମଣୁଥିବା ଜୀବ ମଣିଷ

ମୋତେ ଖିନ୍ ଭିନ୍ କରି କାଟିପକାଏ 

ଶ୍ରୀ ହୀନ କରି ଦିଏ ପରିବେଶ

ମୁଁ କଣ ବା ନେଇଛି ତାକୁ

ଅକୃତଜ୍ଞତାର ଫଳଭୋଗୁଛି

ସୃଷ୍ଟିର ଶ୍ରେଷ୍ଠ ଜୀବ ମାନବ

ଫେରି ଚାହୁଁନି ଅତୀତକୁ

କି ଚିନ୍ତା ନାହିଁ ଭବିଷ୍ୟତ ପାଇଁ

ନିଜ ଗୋଡ଼ରେ କୁରାଢି ମାରୁଛି

ବଦଳି ଯାଆରେ ମଣିଷ

ମୋର ଉପକାର କୁ ସମୀକ୍ଷା କରି

ବଦଳି ଯାଆରେ ମଣିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational