STORYMIRROR

Nityananda Barik

Classics

3  

Nityananda Barik

Classics

ବସନ୍ତ

ବସନ୍ତ

1 min
144

ମହୁଲିଆ ଶୀତର ଶୀତଳ ସ୍ପର୍ଶ

ତନୁମନ ପୁଲକିତ

ଆମ୍ର ମଞ୍ଜରୀ ର ଭୁରୁ ଭୁରୁ

ବାସ୍ନାୟିତ ପରିବେଶ

କୋକିଳର କୁହୁତାନ l


ମଦ ମଧୁ ସ୍ରବିତ ପୁଷ୍ପ ରାଜି

ପଲ୍ଲବିତ ତରୁରାଜିର ଅମିୟ ଛଟା

ଭାବାନ୍ତର ସୃଷ୍ଟି କରେ ଆବେଗତା

ଆଣେ ସୃଷ୍ଟି ହସି ଉଠେ , ସ୍ରଷ୍ଟାଙ୍କର l


ଜୀବନ ର ପରିଧି ମଧ୍ୟରେ

ଘୂର୍ଣ୍ଣିତ ମାନବ ଜୀବନ 

କେତେବେଳେ ଶାନ୍ତି ର ଆବାହନୀ

ସଙ୍ଗୀତ ଗାଏ ତ

ଦୁଃଖ ରେ ମ୍ରିୟମାଣ ହୋଇପଡ଼େ l


ତଥାପି ଜୀବନ କୁ ଜୀଏ ଆଶାରେ ଆଶାରେ

ସୁଖ ଦୁଃଖ ର ପଦପାତରେ 

ଆଗକୁ ଆଗେଇ ବାର ନିଶାରେ

ଏହି ତ ବସନ୍ତ ର ଆବାହନୀ ସଙ୍ଗୀତ  l

 


Rate this content
Log in

Similar oriya poem from Classics