Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics Others

3  

Pratima Satpathy

Classics Others

ମା ବିରଜା

ମା ବିରଜା

1 min
204



ପୁଣ୍ୟ ଓଡ଼ିଶାର ତିରିଶି ଜିଲ୍ଲାରୁ

   ଯାଜପୁର ଯେ ପ୍ରସିଦ୍ଧ

ଯଯାତି କେଶରୀ ରାଜା କରିଥିଲେ 

   ଦଶ ଅଶ୍ୱମେଧ ଯଜ୍ଞ।

ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା ଯେ 

    ଯଜ୍ଞ ଅନଳୁ ସମ୍ଭୁତା

ଦୁଇଭୁଜା ରୂପେ ମାତା ଆଦ୍ୟାଶକ୍ତି 

   ହେଉଅଛନ୍ତି ପୁଜିତା ।

କୋଟିଏ ଶିବଲିଙ୍ଗ ରୁ ଯେ ଗୋଟିଏ

   ହୋଇଗଲା ଯେଣୁ କମ 

ସେଥିପାଇଁ ଅନକୋଟିଶ୍ଵର ବୋଲି

    ରହିଲା ଏ କ୍ଷେତ୍ର ନାମ।

ସତୀ ଙ୍କର ନାଭି ପଡିଥିଲା ଯେଣୁ

    ନାଭିଗୟା ନାମେ ଖ୍ୟାତ

ଏହିଠାରେ ପିଣ୍ଡ ଦାନ କଲେ ପୁତ୍ର

    ପିତୃ ଗଣମାନେ ତୃପ୍ତ।

ପଞ୍ଚ ବ କାର ଏ କ୍ଷେତ୍ରର ମହିମା

   ତିନି ଭୁବନେ ବିଖ୍ୟାତ

ସ୍ୱୟଂ ବେଦପତି ଯା ରଥ ସାରଥୀ

    ହୋଇ ଚଲାନ୍ତି ଟି ରଥ।

ମହିଷା ମର୍ଦ୍ଦିନୀ ମାଗୋ ଯୋଗେଶ୍ୱରୀ

     ମହାମାୟା ଆଦ୍ୟାଶକ୍ତି

ସାରା ଜଗତରେ ତୁମରି ମହିମା

   ପ୍ରକଟିତ ହେଉଅଛି।

ଶିରେ ଶିବ ଲିଙ୍ଗ, ନାଗ, ଅର୍ଦ୍ଧଚନ୍ଦ୍ର

      ହସ୍ତରେ ଶୂଳ ଲାଙ୍ଗୁଳ

ଦିବ୍ୟ ଜ୍ୟୋତି ପ୍ରକାଶଇ ଶରୀରରେ

    ଦିଶୁଥାଏ ଝଲମଲ।

ଦ୍ୱାପରେ ପାଣ୍ଡଵ ମାନେ ପାପ ମୁକ୍ତ

    ହେବା ପାଇଁ ତୁମ ପୂଜା

କରିଥିଲେ ଆସି ଵିଧି ବିଧାନରେ

    ସନ୍ତୁଷ୍ଟ ହେଲ ଗିରିଜା।

ଦର୍ଶନ ମାତ୍ରକେ ପାପ ଦୂର ହୁଏ

    ମନୋବାଞ୍ଛା ପୂର୍ଣ୍ଣ ହୁଏ

ତୁମ ନାମ ଧରି ସଂସାର ସାଗରୁ

    ଭକ୍ତଟି ଉଦ୍ଧାର ପାଏ।


Rate this content
Log in

Similar oriya poem from Classics