STORYMIRROR

Pratima Satpathy

Tragedy

3  

Pratima Satpathy

Tragedy

କୁହ ମୋତେ ଥରେ କେହି।

କୁହ ମୋତେ ଥରେ କେହି।

1 min
222

ପ୍ରତିମା ଶତପଥି ,,, ଜିଲ୍ଲା,,, ଯାଜପୁର।

କବିତା ଶୀର୍ଷକ, କୁହ ମୋତେ ଥରେ କେହି।

ଟିକି ପିଲାଟିଏ ପଚାରୁଛି ମୁହିଁ 

     ଥରେ ମୋତେ ଦିଅ କହି 

କୁଆଡେ଼ ଯାଇଛି ମୋହରି ଜନନୀ 

      ଜାଣି ପାରୁନାହିଁ ମୁହିଁ।

ବାପାଙ୍କୁ କହିଲି ମୋର ମାଆ କାହିଁ 

    କହିଲେ ସେ ଆଉ ନାହିଁ 

ନୀଳ ଆକାଶକୁ ଦେଖାଇ କହିଲେ 

     ଯାଇଅଛି ତାରା ହୋଇ।

ମୋ ସାଙ୍ଗର ମାଆ କେତେ ଶ୍ରଦ୍ଧା କରି 

     ଖୋଇ ଦିଅନ୍ତି ତାହାକୁ 

କେହି ମୋତେ ଦିନେ ଖୋଇଦେଇ ନାହିଁ 

      କହିବି ଦୁଃଖ କାହାକୁ।

ମାଆ ଥିଲେ ମୋର କୋଳରେ ପୁରାଇ 

     ଶୁଆଇ ଦିଅନ୍ତା ମୋତେ 

ମନକଥା ମୋର ବୁଝି ପାରୁ ଥାନ୍ତା 

     ଖୁସି ନୁହନ୍ତି ମୁଁ କେତେ।

ମାଆ ନାହିଁ ମୋର ସାହା କେହି ନାହିଁ 

     ଏତେବଡ ଦୁନିଆଁରେ 

ବାପା ମୋର ଏବେ ଆଉ ଗୋଟେ ମାଆ 

     ନେଇ ଆସିଛନ୍ତି ଘରେ।

ବାପା ଥିଲା ବେଳେ ଶ୍ରଦ୍ଧା କରିଥାଏ 

     ତା ପରେ ମୋତେ ମାରଇ 

ଅଲକ୍ଷଣାଟେ ତୁ ମାଆକୁ ଖାଇଲୁ 

     ଏହି କଥା କହିଥାଇ।

କୁହ ମୋତେ ଥରେ କେହି ମୋର ଦୋଷ 

     କଅଣ ଅଛି ଏଥିରେ 

ଏକୁଟିଆ ମୁହିଁ କିପରି ବଞ୍ଚିବି 

     ଏତେବଡ ଦୁନିଆ ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy