STORYMIRROR

Pratima Satpathy

Classics

4  

Pratima Satpathy

Classics

ମୋ ଗାଆଁ ମୋ ସଂସ୍କୃତି

ମୋ ଗାଆଁ ମୋ ସଂସ୍କୃତି

1 min
13


ଢେଙ୍କନାଳଜିଲ୍ଲା ବାଜିରାଉତଙ୍କଗାଆଁ

   ପାଖରେ ମୋ ଗାଆଁ 

ବ୍ରାହ୍ମଣୀ କୂଳରେ ପୁରୁଷୋତ୍ତମ ପୁର

    ଶାସନ ତାର ନାଆଁ ।

ବ୍ରାହ୍ମଣ ଶାସନ , ଦୁଇପାଖେ ଘର

   ମଝିରେ ଦାଣ୍ଡ ରହିଛି

ଧାଡ଼ି ଧାଡ଼ି ହୋଇ ଘର ଶୋଭା ପାଏ

    ମଧ୍ୟେ ସପ୍ତାଘର ଅଛି ।

ମାଆ ମଙ୍ଗଳାଙ୍କ ମନ୍ଦିର ଓ ସାଇ 

    ଶିବ, ପାର୍ବତୀ ମନ୍ଦିର 

ମା ଶ୍ୟାମାକାଳୀଙ୍କ ମନ୍ଦିର ରହିଛି 

    ଦିଶଇ ଭାରି ସୁନ୍ଦର।

ମୋ ଗାଆଁ ସଂସ୍ରୁତି , ପରମ୍ପରା ପ୍ରଥା

   ଏ ପର୍ଯ୍ୟନ୍ତ ଅଛି ରହି

ନିଜ ପର ଭାବ ନାହିଁ କାହାଠାରେ 

   ସଭିଏଁ ଭଉଣି ଭାଇ ।

ଧାନ, ମୁଗ,ବିରି, କୋଳଥ, ହରଡ଼

   ସବୁ ହୁଏ ମୋ ଗାଆଁରେ 

ବାର ମାସେ ତେର ପରବ ପାଳନ୍ତି

   ଖୁସି ଆନନ୍ଦ ମନରେ ।

ପ୍ରଭାତରୁ ଉଠି ସବୁ ନର ନାରୀ

   ନିଜ ନିତ୍ୟ କର୍ମ ସାରି

ଠାକୁର ଦର୍ଶନ କରିଣ ଯାଆନ୍ତି

   ଧୁପ ଫୁଲ ଭୋଗ ଧରି ।

ସନ୍ଧ୍ୟାରେ ଆଳତୀ, ସମସ୍ତେ ଆସନ୍ତି

   ହୁଏ ଭଜନ କୀର୍ତ୍ତନ

ହରିବୋଲ, ହୁଳହୁଳି , ଶଙ୍ଖ, ଘଣ୍ଟ 

  ବାଦ୍ୟ ହରିନିଏ ମନ ।

ସାତ ଦିନ ଧରି ବାଦିପାଲା ହୁଏ

    ସପ୍ତାଘରର ପାଖରେ 

ସମସ୍ତେ ଦେଖନ୍ତି ଏକାଠି ହୋଇଣ

   ଶୁଣନ୍ତି ଯେ ଆନନ୍ଦରେ ।

ବୈଶାଖ ମାସରେ ପଣା ସଂକ୍ରାନ୍ତି ଯେ

   ଓଡ଼ିଆ ଙ୍କ ନୂଆ ବର୍ଷ

ପଣା ପିଆ ସଙ୍ଗେ ଝାମୁଯାତ୍ରା ଦେଖା

   ମନ ହୁଅଇ ହରଷ।

 ଫଗୁଣମାସରେ ଶ୍ରୀ ରାଧା ଗୋବିନ୍ଦ

   ଖେଳନ୍ତି ଯେ ଫଗୁ ହୋରୀ

ଦୋଳ ଯାତ ହୁଏ ପରସ୍ପର ସଙ୍ଗେ

   ମାରି ରଙ୍ଗ ପିଚକାରୀ ।

ସ୍ୱଚ୍ଛ ପରିମଳ ଅଟଇ ମୋ ଗାଆଁ

   ନଇ ପାହାଡ଼ ଜଙ୍ଗଲ 

ତା ନୀଳ ଆକାଶେ ବଉଦ ଭାସଇ

   ଦିଶଇ ଭାରି ସୁନ୍ଦର ।

ଯିଏ କାର୍ତ୍ତିକରେ ଦୀପଦାନ କରି

   ଗଙ୍ଗା, କାଶିରେ ସ୍ନାହାନ

କରିଥିବ ସେହି ସେ ମର୍ତ୍ତ୍ୟ ବୈକୁଣ୍ଠ 

   ପୁରେ ଲଭିବ ଜନମ ।

ଦେବା ଦେବୀଙ୍କ ଦୟାରେ ଗ୍ରାମ 

    ବାସୀ ରହିଛନ୍ତି ଆନନ୍ଦରେ

କାହା ମନେ ହିଂସା ଦ୍ୱେଷ ନାହିଁ ଛନ୍ତି

   ଭାଇ ଚାରା ବନ୍ଧନରେ ।


Rate this content
Log in

Similar oriya poem from Classics