STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ସମୟ

ସମୟ

1 min
206


ଜନ୍ମର ମହାର୍ଘ ମୁହୁର୍ତ୍ତ ରୁ ଅନନ୍ତ ଯାତ୍ରା

ସମୟ ର ପାରିଲା ପଣିଆ ନିତିଦୀର୍ଘ !

କହୁ କହୁ ଶୋଇଯାଏ,

ଧାଉଁ ଧାଉଁ ଖସି ଯାଏ ଗୋଡ଼

ସମୟ ର ଅଦୃଶ୍ୟ ମୁଣ୍ଡରେ ଅଠା ଘଷି

ନିଜକୁ ନିଜେ ଠକି ବାର ପ୍ରୟାସ ମାତ୍ର !


ସେ ପାଖେ ରଙ୍ଗ ବେରଙ୍ଗ ର ସମୟ ଦଲିଲ

ପରୀକ୍ଷା କଲେ ଜଣା ପଡ଼ିବ

କାହାର କେତେ ଦମ୍,

ସମୟ ସହ ଦୌଡ଼ିବାର ଅଦମ୍ୟ ଚେଷ୍ଟା ??

ବୟସ ଛଅ ରୁ ଛଅଷଠି ପରେ ବି

ସମୟ ସହ ପ୍ରତିଯୋଗିତା

କାହା ଇଙ୍ଗିତରେ ଥମିବ, 

ଦୁନିଆ ଦୁଆରେ ଅସମର୍ଥ ହାରି ଗଲାପରେ ।


ସମୟ ରାସ୍ତାରେ ଅସଂଖ୍ୟ ଅଲିଭା କାହାଣୀ

କିଛି ଦୁଃଖର ଆଉ କିଛି ସୁଖର

ନିୟତିର ନିର୍ଦ୍ଦେଶ ରେ ଅଭିନୟ

ମହା ନାୟକ ଏ ଚରିତ୍ର ଚିତ୍ରଣ ରେ

ହେ ସମୟ ତୁମେ ହିଁ ବଳବାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract