"କବିତାଟିଏ ... "
"କବିତାଟିଏ ... "
କବିତାଟିଏ ...
କବି ହୃଦୟରେ ଆଦ୍ର ବିନ୍ଦୁଟିଏ ,
କଳ୍ପନାର ରଂଗୀନ ଆକାଶରେ
ଅନୁଭବର ଯୋଡ଼ା କଳା ବାଦଲକୁ ନେଇ
ଚେତନାର ବଳୟରେ ଇନ୍ଦ୍ରଧନୁଟିଏ ।
କବିତାଟିଏ ...
ବୋୖଦ୍ଧିକତାର ସରଳ ସୂତ୍ରଟିଏ ,
ସଭ୍ୟତାର ସବୁଜ ବଗିଚାରେ
ସମାଜର କାଣ୍ଡ ,ପତ୍ର,ଡେମ୍ଫ ମାନଙ୍କୁ ନେଇ
ସଂସ୍କୃତିର କୋମଳ ପୁଷ୍ପଟିଏ ।
କବିତାଟିଏ ...
ଲାସ୍ୟମୟୀ ନବ ବଧୂଟିଏ ,
ଶୋଭାପାଏ ଶବ୍ଦାର୍ଥର ଅଳଙ୍କାରେ
ଚରିତ୍ର , ସ୍ଵଭାବ , ଗୁଣେ ବିତ୍ତଶାଳୀ ହୋଇ
ନିଃସ୍ୱାର୍ଥରେ ତୋଳେ ଅର୍ଘ୍ୟଥାଳିଟିଏ ।
କବିତାଟିଏ ...
ବିଦ୍ରୋହର କ୍ଷୁଦ୍ର ଅଗ୍ନି ଶିଖାଟିଏ ,
ବଞ୍ଚିତ ଅନ୍ଧକାରେ ବିସ୍ମୃତ ଜୀବନରେ
ସତ୍ୟର ଉଦ୍ ଘୋଷଣା କରିଥାଏ ନିଡର ହୋଇ
ନବ ଶାଳିନୀ ପ୍ରଜ୍ଞାର ବିହାର ସ୍ଥଳଟିଏ ।
କବିତାଟିଏ ...
ଜୀବନ ଜିଜ୍ଞାସାର ମହାଭାଷ୍ଯଟିଏ ,
ଅରୂପର ସ୍ନିଗ୍ଧ ଜ୍ୟୋତି ଆହ୍ଲାଦ ରୂପରେ
ସହୃଦୟ ପାଠକକୁ ଚତୁର୍ବଗ ଫଳ ଦେଇ
ଅନ୍ତରରେ କମନୀୟ ସ୍ୱଚ୍ଛନ୍ଦ ପ୍ରକାଶଟିଏ ।
