STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ସର୍ବ ଶକ୍ତିମାନ

ସର୍ବ ଶକ୍ତିମାନ

1 min
214


କିଛି ବି କର୍ମ କରିନାହିଁ ମୁଁ, ସାମର୍ଥ୍ୟ ନାହିଁ ମୋହର,

ଯାହା ବି ହେଲା, ଶ୍ରୀହରି କଲେ, କବୀର ହେଲା କବୀର l

ପୃଥିବୀ ଯଦି କାଗଜ ହୁଏ, ସାରା ଜଙ୍ଗଲ ଲେଖନୀ,

ସମୁଦ୍ର କାଳି ହେଲେବି ଗୁଣ ଗୁରୁଙ୍କ ଲେଖି ହେବନି l

କବୀର କର୍ମ କି କରିପାରୁ, ରାମ ସାଥୀରେ ନ ଥିଲେ,

ପ୍ରତ୍ୟେକ ଡାଳ ଭାଙ୍ଗି ପଡିବ, ରଖିବୁ ପାଦ ଯେ ଡାଳେ l

ପ୍ରକୃତ ପକ୍ଷେ କିଛି କରିନ, ହେଲା କର୍ମ ନୁହେଁ ତୋର,

ତୁମେ ଭାବୁଛ ତୁମର କିନ୍ତୁ ଅନ୍ୟ କିଏ କର୍ତ୍ତା ତାର l


(କବୀର- ବିରାଟ )


Rate this content
Log in

Similar oriya poem from Classics