ସଦ୍ଗୁରୁ ବିନା ବିପଥଗାମୀ
ସଦ୍ଗୁରୁ ବିନା ବିପଥଗାମୀ
1 min
192
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - Dr Subas Chandra Rout
ସିଂହ ଶାବକ ଆସିବା ଦେଖି, ଗଉଡ଼ ପାଳିଲା ତାକୁ ନିରେଖି ।
ପାଳି ପୋଷି ତାକୁ କରିଲା ବଡ଼, ଛୁଆ ଏ ବିଷୟେ ରହିଲା ଜଡ଼ ।
ମେଷ ଶାବକ ସାଥେ ରହିଲା, ଖେଳି କୁଦି ନିଜ ଗୁଣ ଭୁଲିଲା ।
ବଣରୁ ଏକ ସିଂହ ଆସିଲା, ତାହାକୁ ଦେଖି କ୍ରୋଧେ କମ୍ପିଲା ।
ତାହାକୁ ଧରି ସତ୍ୟ କହିଲା, ଶୁଣି ସବୁ କଥା ଛୁଆ ହସିଲା ।
କସ୍ତୁରୀ ସୁରଭି ଥାଏ ଦେହରେ, ନ ଜାଣି ହରିଣ ବୁଲେ ବଣରେ ।
ଯଦି ଜାଣନ୍ତା ସେ ଉଷ୍ମ ବାସ୍ନାର, ପାଇ ଯାଆନ୍ତା ସେ ନିଜ ଭିତରେ ।
ଅର୍ଦ୍ଧ ଊର୍ଦ୍ଧ୍ଵର ମଧ୍ୟ ସ୍ଥାନରେ ସୌନ୍ଦର୍ଯ୍ୟ ତାର କହି ନ ପାରେ ।
କବୀର କହେ ଶୁଣ ସାଥୀରେ, ପ୍ରଭୂ ରହନ୍ତି ତୁମ ଭିତରେ ।
