ମାୟା ମହା ଠକ
ମାୟା ମହା ଠକ
1 min
190
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - Dr Subas Chandra Rout
ମାୟା ମହା ଠକ ଜାଣିଛି ମୁହିଁ ।
ମାୟା ଅଟଇ ମହାନ ଠକ ପାରିଅଛି ମୁହିଁ ଜାଣି,
ତ୍ରିଗୁଣ ଫାସ ନେଇ ବୁଲେ ସେ, କହେ ସୁମଧୁର ବାଣୀ,
କେଶବ ପାଶେ କମଳା ରୁପେ, ଶିବ ଭବନେ ଭବାନୀ,
ପଣ୍ଡାଙ୍କ ପାଶେ ମୂର୍ତ୍ତି ସ୍ୱରୁପ, ତୀର୍ଥରେ ପବିତ୍ର ପାଣି ।
ଯୋଗୀଙ୍କ ପାଶେ ଯୋଗିନୀ ବସେ, ରାଜାଙ୍କ ପାଖରେ ରାଣୀ,
କାହା ପାଖରେ ହୀରା ସ୍ୱରୁପ, କା ପାଶେ କଉଡ଼ି କାଣି ।
ଭକ୍ତଙ୍କ ପାଶେ ଭକ୍ତି ସ୍ୱରୁପ, ବ୍ରହ୍ମାଙ୍କ ପାଶେ ବ୍ରହ୍ମାଣୀ,
କହେ କବୀର ଶୁଣନ୍ତୁ ସାଧୁ, ଏହି ଅକୁହା କାହାଣୀ ।
