STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ସମୁଦ୍ର

ସମୁଦ୍ର

1 min
242


ରତ୍ନାକର ନାମ ବହିଛି ସମୁଦ୍ର ଅସୀମ ଅନନ୍ତାକାର

ଅଥଳ ଗଭୀର ଫେନୀଳ ଲୁଣିଆ ପାଣିର ଦିବ୍ୟ ଭଣ୍ଡାର

ଆଖି ପାଏ ନାହିଁ ଦିଗ୍-ବଳୟ ଛୁଇଁ ଝିଲିମିଲି ନୀଳ ଜଳ

ଭୟଙ୍କର ନାଦେ ଉତ୍ତାଳ ତରଙ୍ଗେ ଖେଳୁଥାଏ ନିରନ୍ତର ।।


ସୃଷ୍ଟି ଆରମ୍ଭରେ ୟେ ସଚରାଚର ଥିଲା ପରା ଜଳ ମୟ

ମଧୁ କଇଠଭ ରାକ୍ଷସ ମେଦରେ ମେଦିନୀ ର ପରିଚୟ

ଏକ ଭାଗ ମାତ୍ର ଆମ ଏ ପୃଥିବୀ ତିନି ଭାଗ ୟେ ସମୁଦ୍ର

ଜଳମୟ ତିନି ଭାଗରେ ସାଗର ଧରିତ୍ରୀ ରେ ଅବସ୍ଥିତ ।।


ଯୁଗର ଆରମ୍ଭେ ସତ୍ୟେ ଦେବାସୁର ସମୁଦ୍ର ମନ୍ଥନ କଲେ

ବିପୁଳ ବିଭବ ସାଗର ଗରଭୁ ଉପୁଜିଲା ସେତେବେଳେ

ମନ୍ଥନ କାଳରେ ରତ୍ନାକର ଗର୍ଭୁ ଚନ୍ଦ୍ର, ଲକ୍ଷ୍ମୀ ଉପୁଜିଲେ

ଉଚୈଶ୍ରବା ଅଶ୍ଵ,ପୀୟୂଷ ଆବର ଐରାବତ ମିଳିଥିଲେ ।।


ଅତିରିକ୍ତ ଲୋଭେ ହଳାହଳ ତହୁଁ ସମୂଦ୍ରୁ ହେଲା ଉତ୍ପତ୍ତି

ଦେବତା ରାକ୍ଷସ ବୁଦ୍ଧି ହଜିଗଲା ପଡ଼ିଲା ବଡ଼ ବିପତ୍ତି

ଉଦ୍ଧାରିଲେ ଦେବଦେବ ମହାଦେବ ପାନକରି ହଳାହଳ

ନୀଳକଣ୍ଠ ନାମ ବହିଲେ ସେଦିନୁଁ ଶ୍ରୀକଣ୍ଠ ଚନ୍ଦ୍ରଶେଖର ।।


ସମୁଦ୍ର ରେ କେତେ ଜଳଚର ପ୍ରାଣୀ ସଂସାର ର ହୀତପାଇଁ

ସୃଷ୍ଟି କରିଛନ୍ତି ଭିନ୍ନ ଅଭିନବ ଜଗତ, ଜଗତ ସାଇଁ

ସମୁଦ୍ର ଦେବତା ପଦ୍ମାଳୟା ପିତା ଚନ୍ଦ୍ର ଙ୍କର ଯେ ପିଅର

ବିଶାଳ ବପୁ,ବିତ୍ତଶାଳୀ ସୁନ୍ଦର ଅନ୍ତ ହୀନ ୟେ ସାଗର ।।



Rate this content
Log in

Similar oriya poem from Classics