Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Sadananda Sahoo

Classics

3.3  

Sadananda Sahoo

Classics

ରଥ ପଥ ମିତ ଆହେ ଜଗନ୍ନାଥ

ରଥ ପଥ ମିତ ଆହେ ଜଗନ୍ନାଥ

1 min
120



ଆହେ ଲୀଳାମୟ ଭାବର ଠାକୁର 

     ଜଗତ ଈଶ୍ଵର ପତି , 

ରତ୍ନ ସିଂହାସନେ ବସିଛ ମଉନେ 

     ନୀରବତା ଅଛି ଭରି ॥ 

ସୁକଲ୍ୟାଣ ମିତ ତୁମ ରଥଯାତ 

    କାହିଁ ପାଇଁ ଏତେ ଦ୍ୱନ୍ଦ , 

ବିନା ଭକତରେ କେମିତି ଯିବ'ହେ 

    ଗଡିତୁମ ନନ୍ଦିଘୋଷ ॥ 

ବିଶ୍ୱ ଅଧିପତି ତୁମ ପାଇଁ ଆଜି 

  ନ୍ୟାୟାଳୟ ହେଲା ଲୋଡା , 

ଲାଗୁଚି ଆଶ୍ଚର୍ଯ୍ୟ ରଥପଥ ମିତ 

   କରୋନା ସାଜିଛି କଣ୍ଟା ॥ 

ଭାବ ବନ୍ଧନର ଏ'ମହା ପରବ 

   ଲାଗେ ଆଜି ଫିକା ଫିକା , 

ମାନ ଅଭିମାନ କରିଛକି ନାଥ 

   ରଥ ଗଡିଯିବ ଏକା ॥ 

କରୋନା ସଙ୍କଟ କରେ ପ୍ରତିରୋଧ 

    କେତେ ପୁଣି ସର୍ତ୍ତାବଳୀ , 

ନାୟାଧିଶ ରାୟ ବିଚିତ୍ର ସଂକଳ୍ପ 

    ଶ୍ରୀକ୍ଷେତ୍ର ପଡିବ ଖାଲି ॥ 

ଭକତ ଯିବେନି ରଥ ଛୁଇଁବେନି  

    ସେବାୟତ ନେବେ ଭିଡି , 

ଆହେ ଭାବଗ୍ରାହୀ ପାରିବକି ସହି 

     ଭକତ କରିବେ ରଡି ॥ 

ଶ୍ରୀକ୍ଷେତ୍ର ବ୍ୟତୀତ ହେବନିତ ଯାତ 

     କଟକଣା ହେଲା ଯାରି , 

ହାୟରେ କରୋନା କଲୁ ଆନମନା 

     ଭକତ ହେଉଛି ଝୁରି ॥ 

ହେ'ଆରାଧ୍ୟ ଦେବତା ପରମ୍ପରା ସତ୍ତା 

     କରୋନାକୁ ଦୂରକର , 

ସବୁ ଅନ୍ତଃରାୟ କରୋନାର ଭୟ 

     ସମୂଳେ ବିନାଶକର ॥ 

ଆର ବରଷକୁ  ରଥ ଯାତରାକୁ 

     ଉପୁଜିବ ନାହିଁ ଦ୍ୱନ୍ଦ , 

ଭକତ ପରାଣ କାଳିଆ ଠାକୁର 

    ବେଳ ଥାଉ ବନ୍ଧ ବାନ୍ଧ ॥ 

କାଳିଆ'ର ଇଚ୍ଛା ହେବନି ଅନ୍ୟଥା 

    ବଡ଼ ଦେଉଳିଆ ବନ୍ଧୁ , 

ଦୁଃଖର ସୁଖର ସେ' କଳା ଠାକୁର 

    ଢାଳିଦିଏ  ଲୁହବିନ୍ଦୁ ॥ 

ରଥେ ରଥ ଯାତ୍ରା ରଥରେ ବାହୁଡା 

     ସବୁ ତୁମ ଇଚ୍ଛା ପ୍ରଭୁ , 

ଜଗନ୍ନାଥ ମୟ ଏ' ସାରା ବ୍ରହ୍ମାଣ୍ଡ 

    ତୁମ୍ଭରି କଲ୍ୟାଣ ସବୁ ॥ 



Rate this content
Log in

More oriya poem from Sadananda Sahoo

Similar oriya poem from Classics