ଆମର କଟକ ନଗରୀ
ଆମର କଟକ ନଗରୀ


ଆସନ୍ତୁ ଭ୍ରମଣ କରିବା ଆମର କଟକ ନଗରୀ,
ସହସ୍ର ବର୍ଷ ପ୍ରାଚୀନ ଏହି ଐତିହାସିକ ନଗରୀ,
ବାରବାଟୀ ଦୁର୍ଗ ଯାହାର କ୍ଷମତାଶାଳୀ ପ୍ରହରୀ,
ରକ୍ଷା କରୁଛନ୍ତି ମହାଦେବୀ ଚଣ୍ଡୀ ପରମେଶ୍ଵରୀ |୧|
ଉଭୟ ପକ୍ଷରେ ଅଛନ୍ତି କାଠଯୋଡ଼ି ମହାନଦୀ ତରଙ୍ଗିନୀ,
ମହାରାଜା ମର୍କତ କେଶରୀଙ୍କର ସେନାନିବେଶ ଜୀବନୀ,
ଝାଞ୍ଜିରୀ ମଙ୍ଗଳା ଗଡ଼ଚଣ୍ଡୀ କଟକୀଙ୍କ ହେତୁ ବରଦାୟିନୀ,
କଟକ ଯେ ଉତ୍କଳୀୟ ସଂସ୍କୃତିର ନୟନପ୍ରୀତିକର ପଦ୍ମିନୀ |୨|
ବାଲିଯାତ୍ରା ଉତ୍ସବ ଯେ କଟକର ଅଦ୍ଵିତୀୟ ପରିଚୟ,
ଦୁର୍ଗା ପୂଜା ଦ୍ୱାରା ସହରର ପରିଧି ହୁଏ ଆନନ୍ଦମୟ,
ସୁନ୍ଦର ଚାନ୍ଦିମେଢ଼ ତାରକସି କାମ ଅତ୍ୟନ୍ତ ଜନପ୍ରିୟ,
ହସ୍ତଶିଳ୍ପ ଶିଙ୍ଗ କାରିଗରୀର ଏକମାତ୍ର ନିଆରା ନିଳୟ
|୩|
ସ୍ୱାଧୀନତା ସଙ୍ଗ୍ରାମୀ ନେତାଜୀ ସୁବାସ ବୋଷଙ୍କର ଯାହା ଜନ୍ମସ୍ଥାନ,
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସମାଜ ସଂସ୍କାରର କର୍ମସ୍ଥାନ,
ଥୋମାସ ରେଭେନ୍ସା ଯେଉଁଠି କରିଲେ ବିଦ୍ୟା ବିକାଶର ଉପସ୍ଥାପନ,
ଔଡ୍ରଙ୍କର ଓଡ଼ିଆ ଭାଷାର ସମୃଦ୍ଧି ହେତୁ କରିଲେ ପ୍ରଚେଷ୍ଟାର ପ୍ରୟୋଜନ |୪|