ଅବସର
ଅବସର


ବିଧ୍ୟାପିଠର ହଜିଲା କଥା
ଲେଖୁଛି ଡିପଦ ଜାଆସେ ମଥା ।
ଉଣେଇସ ବର୍ଷ ଏଠାରେ ରହି
କେତେ ଝଡ଼ ଝାଞ୍ଜି ଯାଇଛି ବହି ।
ଶିକ୍ଷକତା ଅଟେ ପବିତ୍ର ବୃତି
ଛାତ୍ରଙ୍କ ମୁୁୁଖରୁ ମିିିଳିଲେ କୃତି ।
ସାର୍ଥକ ଲଭିଲା ଜୀବନ ସାରା
ସେବାଦେବା ଅଟେ ସୃଷ୍ଟିର ଧାରା।
କିଶୋର କିଶୋରୀ ଫୁଲର କଢି
ଏମାନଙ୍କ ସାଥେ ନିଜକୁ ଗଢି ।
ସରଳ ବିନୟ ପଢ଼ିଲି ପାଠ
ଜାଦେଲି ଛାତ୍ରକୁ ସେସବୁ ନାଟ।
ପାଠ ପଢ଼ିସାରି ଚାକିର ଖୋଜା
ନହେଲେ ଚାକିରୀ ଲାଗଇ ସଜା ।
ଘରେକି ବାହାରେ ବନ୍ଧୁକ ମେଳେ
ଦେଖେଇ କୁହନ୍ତି କଥାକୁ ଛଳେ ।
କିପାଠ ପଢିଲା ଚାକିର ନାହିଁ
କୂଟାବିଦିଖଣ୍ଡ କରେନି ରହି ।
ବିଧ୍ୟାଲୟ ଶିକ୍ଷା ପୁସ୍ତକ ଛାଡି
ଚରିତ୍ର ନିର୍ମାଣ କରିବା ପଢି।
ସମୟ ଜଗିବା ପ୍ରଥମ ପାଠ
ଶୃଙ୍ଖଳିତ ହେବା ଶ୍ରେଣୀରେ ଚାଟ।
ଶିକ୍ଷକ ଶ୍ରେଣୀରେ ପଢ଼ାନ୍ତି ନିତି
ପଚାରିଲେ ପ୍ରଶ୍ନ ନକରି ଭିତି ।
ଜିଜ୍ଞାସୁ ରହିବା ଉତ୍ତମ ଗୁଣ
ଜ୍ଞାନ ଲାଭ କଥା କହୁଛି ଶୁଣ।
ଯାହାକୁ ପଢିବା କାମରେ ତାହା
କରମ କରିଲେ ଧରମ ସାହା।
ପିତାମାତା ଗୁରୁଜନଙ୍କୁ ଦେଖି
ଭକତି କରିବା ଦେଉଛି ଲେଖି ।
ଜୀବନରେ ବଡ଼ମଣିଷ ହେବା
ସମାଜକୁ ନୂଆ ଆଲୋକ ଦେବା ।
ପାଠଠାରୁ ବଡ ବିନୟ ଗୁଣ
ଅହଂକାର ଶୂନ୍ୟ ରହିଲେ ଜାଣ ।
ପରୋଉପକାର କରିବ ପିଲେ
ଗୋପବନ୍ଧୁ ଜଣେ ମଣିଷ ଥିଲେ ।
ବିଧ୍ୟାପିଠା ଶିକ୍ଷା ପ୍ରଭାବ ବଡ
ଚରିତ୍ର ଗଠନ ଜିତଇ ଗଡ ।
ଶେଷରେ କହୁଛି ମୋକଥା ମାନ
ମାଡ଼ଗାଲି ସବୁ ନଧରି କାନ।
ତୁମ୍ଭର ମଙ୍ଗଳ କାମନା କରି
ରହୁ ଚିର ସଦା ସମ୍ପର୍କ ଡୋରି ।