Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4.9  

DILIP KUMAR SAHOO

Classics

କିଏ ସେହି ବିଶ୍ବକର୍ମା

କିଏ ସେହି ବିଶ୍ବକର୍ମା

1 min
128


କିଏ ସେହି ବିଶ୍ବକର୍ମା

-----------------------  

କିଏ ସେହି ବିଶ୍ବକର୍ମା ?

ସରଜି ସେ ଏମିତି ପ୍ରତିମା

ଶୂନ୍ୟରେ ମିଳେଇ ଗଲା

ତମଷାରେ ମିଶିଗଲା

ପ୍ରତିମାରେ ଭରିଦେଇ

ଅସୀମ ମହିମା

ଯାହା ପାଇଁ ଝୁରେ ବିଶ୍ବ

ଝୁରୁଥାଏ ନିଶ୍ବ

ଯିଏ ଭରିଦିଏ ପ୍ରାଣେପ୍ରାଣେ

ସ୍ନେହ ଶ୍ରଦ୍ଧା ଦୟା ଆଉ କ୍ଷମା

କିଏ ସେହି ବିଶ୍ବକର୍ମା ?

ଧନ୍ୟ ତୁମେ ଧନ୍ୟ ଈନ୍ଦ୍ରଦ୍ୟୁମ୍ନ

ଧନ୍ୟ ତୁମ ଶିଳ୍ପୀ ସେ ଅନନ୍ୟ

ରୂପ ଦେଲା ଅରୂପକୁ

ଶୂନ୍ୟ ସେହି ସ୍ବରୂପକୁ

ଭାବମୟ କରିଦେଲା ଆବେଗକୁ

ଅସୀମର ଚଉପାଶେ ଆଙ୍କିଦେଇ ସୀମା

କିଏ ସେହି ବିଶ୍ବକର୍ମା ?

ଠୁକୁଠୁକୁ ଶୁଭୁଥିଲା

କଣ୍ଟଦିଆ ଦିନ ଆଗରୁ

ଶବ୍ଦ ଯେବେ ନିଶବ୍ଦ ହୋଇଲା

ମା'ର ମନ କେମିତି

ଥୟଧରିଥାନ୍ତା ଯେ !

ଖୋଲିଲା ଦୁଆର

ଅନ୍ଧାରରୁ ଝରିଗଲା

ଜ୍ୟୋତିର ଯୁଆର

ଆକାର ନଥିଲା ଯାର

ସିଏ ହେଲା

ଅଧାଗଢା ଦିଅଁ

ଜଗତ ଠାକୁର

ହେଲେ କାହିଁ ଗଲେ ସେହି ଶିଳ୍ପୀ ?

ଯାହାଙ୍କର ଅଦ୍ଭୁତ କଳ୍ପନା

ଏହି ଅଦ୍ଭୁତ ଠାକୁର

ଯାର ଅଶେଷ ମହିମା

କିଏ ସେହି ବିଶ୍ବକର୍ମା ?

ଯିଏ ସ୍ରଷ୍ଟା ସେହି ସୃଷ୍ଟି

ନିଯେ ସେ ନିଜକୁ ଗଢି

ଦୁନିଆର ଦୃଷ୍ଟି ଆଢୁଆଳେ

ନିଜ ଭିତରେ ହଜିଗଲା ସିଏ

ସୃଷ୍ଟି କରି ଅପୂର୍ବ ସୁଷମା

କିଏ ସେହି ବିଶ୍ବକର୍ମା ?


Rate this content
Log in

Similar oriya poem from Classics