STORYMIRROR

Kartik chandra panda

Classics

4  

Kartik chandra panda

Classics

ଜଗନ୍ନାଥ ଙ୍କ କରୁଣା

ଜଗନ୍ନାଥ ଙ୍କ କରୁଣା

2 mins
40

ନୂଆ ବରଷ ର ନୂଆ ସକାଳ 

ଆଣି ଦେଲା ମୋତେ ଖୁସିର ବେଳ

   ମନ ହେଲା ଉଚ୍ଚାଟନ

ଗମନ କରିବି ଶ୍ରୀକ୍ଷେତ୍ର ଧାମକୁ କରିବି ଜଗା ଦର୍ଶନ

ତରତର ହୋଇ ବାହାରି ଗଲି

ସଙ୍ଗରେ ଗୋଟାଏ ବ୍ୟାଗ ନେଲି

 ବସ ଯାତ୍ରା ଥିଲା ଯୋଗ

ଟ୍ରେନ ବିଳମ୍ବ ହେବା ଜାଣି ମୁହିଁ ବସ ରେ ଚଢ଼ିଲି ବେଗ

ଦିନ ଗୋଟାଏ ରେ ବସ ଲାଗିଲା

ଅଟୋ ନେଇ ଅଧା ବାଟେ ଛାଡିଲା

  ପାଦରେ ଚାଲି ମୁଁ ଗଲି

ସିଂହ ଦ୍ୱାର ପାଶେ ପହଞ୍ଚି ଯାଇ ମୁଁ ପ୍ରବେଶ ବାଟ ଖୋଜିଲି

ଜନ ସମୁଦ୍ର ର ଲହଡି ଦେଖି

ଖୋସି ହୋଇଗଲା ମୋହରି ଆଖି

  ଭାବିଲି ମୁଁ ମନେ ମନ

 ଏତେ ପରିଶ୍ରମ ବୃଥା କି ହୋଇବ ନୋହିବ ଜଗା ଦର୍ଶନ

 ଧାଡି ଲମ୍ବି ଥିଲା ଅନେକ ଦୂର

 ମିଳୁନି କେଉଁଠି ପ୍ରବେଶ ଦ୍ୱାର

  ଚାଲିଲି ମୁଁ ଖୋଜି ଖୋଜି

 ପ୍ରବେଶ ପାଇଁକି ଆରମ୍ଭ କେଉଁଠି ପାଇବି କି ସତେ ଆଜି

 ଧାଡି ଲକ୍ଷ କରି ଚାଲିଲି ମୁହିଁ

 ବହୁ ଦୂର ଯାଏ ଲମ୍ବି ଅଛଇ

 ଚାଲିଛି ମୁଁ ସନ୍ଧାନରେ

ପ୍ରବେଶ ହୋଇଲି ଆରମ୍ଭ ସ୍ଥଳରେ ଭ୍ରମି ଭ୍ରମି ବହୁ ଦୂରେ

 ଥାକ ଥାକ ହୋଇ ଭକ୍ତ ଗହଳି

 ଠିଆ ହୋଇଥାନ୍ତି ହୋଇଣ ମେଳି

  ଦେଖି ହୋଇଲି ଛାନିଆ

 ଭାବିଲି ଭାଗ୍ୟରେ ନାହିଁ ମୋର ଆଜି ଦେଖିବି ଜଗା କାଳିଆ

 ଥକା ପଣ ଦୂର କରିବା ପାଇଁ

 ବଡ଼ ଦାଣ୍ଡ ଠାରେ ବସିଲି ମୁହିଁ

   ଆସିଥିଲି ବହୁ ଦୂର

 ନୂଆ ବରଷ ରେ କାଳିଆ ଦର୍ଶନ ଅଭିଳାଷ ଥିଲା ମୋର

 ପୁଣି ବ୍ୟାଗ ଧରି ଆଗକୁ ଗଲି

 ମନ୍ଦିର ନିକଟେ ଛିଡା ହୋଇଲି

  ପୋଲିସ ଛାଉଣୀ ଥିଲେ 

 ଦେଖିଲି ବରିଷ୍ଠ ନାଗରିକ ଜଣେ ଭିତରେ ପ୍ରବେଶ କଲେ

 ପଚାରିଲି ଆହେ ପୋଲିସ ଭାଇ

 ଅଛି କି ସୁଯୋଗ ବରିଷ୍ଠ ପାଇଁ

  କହିଲେ ଅଛି ସୁଯୋଗ

ଯିବ ଯଦି ଯାଇ ମୋବାଇଲ ସହ ରଖିଆସ ତୁମ ବ୍ୟାଗ

ତର ତର ହୋଇ ବ୍ୟାଗ ରଖିଲି

ତାଙ୍କ ନିକଟରେ ପ୍ରବେଶ ହେଲି

 ମିଳିଗଲା ଅନୁମତି

ଧନ୍ୟବାଦ ଦେଇ ପୋଲିସ ଭାଇଙ୍କୁ ଚାଲିଲି ଜଗା ର କତି

ଭିତରେ ପହଞ୍ଚି ଦେଖିଲି ଯାଇ

ଧାଡିରେ ଅନେକ ଲୋକ ଅଛଇ

ଠିଆ ହେଲି ତାଙ୍କ ପାଶେ

ମନରେ ସାହସ ଆସିଲା ମୋହର ପହଞ୍ଚିବି ପ୍ରଭୂ ପାଶେ

ପ୍ରଭୂ ଙ୍କ ଅପାର କରୁଣା ହେଲା

ଦିବ୍ୟ ଦରଶନ ଲାଭ ହୋଇଲା

  ଚକ୍ଷୁ ହୋଇଲା ପବିତ୍ର

କଳା ସାଆନ୍ତ ଙ୍କୁ ଦରଶନ କଲି ଭାଇ ଭଉଣୀଙ୍କ ସାଥ

ଜଗା କାଳିଆ ର ସୁଦୟା ହେଲା

ତାଙ୍କ ଦରଶନ ନେତ୍ର ଦେଖିଲା

  ଜୀବନ ହୋଇଲା ଧନ୍ୟ

ଅନ୍ତର୍ଯ୍ୟାମୀ ନାଥ ଅନ୍ତରକୁ ବୁଝି ଦେଲେ ଦିବ୍ୟ ଦରଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics