STORYMIRROR

Pratima Satpathy

Classics

4  

Pratima Satpathy

Classics

ବର୍ଷାରାଣୀ

ବର୍ଷାରାଣୀ

1 min
319

ବରଷା ରାଣୀ ଲୋ ବରଷା ରାଣୀ

କାହିଁକି ଝରାଉ ଆଖିରୁ ପାଣି

ଯିଏ ତୋତେ ଭଲ ପାଏ ବହୁତ 

ଛାଡି ଚାଲିଗଲା ଧରି ତୋ ହାତ

ତାହାଙ୍କୁ ମନରୁ ପାରୁନୁ ଭୁଲି

ହୃଦୟ ରୁ ତୋର ଝରାଉ ବାରି

ସେଥିପାଇଁ ଢ଼ାଳୁ ଲୁହ ଶ୍ରାବଣୀ

ବରଷା ରାଣୀ ଲୋ ବରଷା ରାଣୀ

ତାଙ୍କ କଥା ଭୁଲି ପାରୁନୁ ତୁହି 

ଆଷାଢ଼ ଶ୍ରାବଣକୁ ଅଛୁ ଚାହିଁ

ଅପେକ୍ଷାରେ ଥିଲୁ କେବେ ଆସିବ

ନୟନରୁ ତୋର ନୀର ଝରିବ

ତୋ ଲୁହକୁ ପିଇ ହସେ ଧରଣୀ

ବରଷା ରାଣୀ ଲୋ ବରଷା ରାଣୀ

ଏହା ଯଦି ହୋଇ ଥାଏ ଲୋ ସତ

ତୋର ମୋର ଆ ଆ ବସିବା ମିତ

ସାଙ୍ଗ ସାଥି ଦୁହେଁ ଆଜିଠୁ ହେବା

ଠାକୁରଙ୍କ ପାଖେ ଦୁଃଖ କହିବା

ସବୁ ବୁଝିବେ ପ୍ରଭୁ ଅନ୍ତର୍ଯ୍ୟାମୀ

ବରଷା ରାଣୀଲୋ ବରଷା ରାଣୀ

କାହିଁକି ଢାଳୁଛୁ ଆଖିରୁ ପାଣି ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Classics