STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ନିଜ ଭିତରେ ପ୍ରଶ୍ନ

ନିଜ ଭିତରେ ପ୍ରଶ୍ନ

1 min
363

ମନରେ ଭାବନା ଜାଗ୍ରତ

କଣ କରିବି,ଆଉ ଏବେ କଣ କରୁଛି

ନିଜର ଦାୟିତ୍ଵ ତୁଲାଉଅଛି

ଅବା,ବହୁତ ପଛରେ ରହି ଯାଇଛି।


ଜୀବନରେ ନିଜ ଲୋକମାନଙ୍କ ଭୂମିକା କଣ

ଆଉ ମୁଁ କଣ କରୁଛି

ଯାହା ଭାବୁଛି, ତାହା ହେଉଛି

ଅବା,ପଛରେ ରହି ଯାଇଛି।


ବୟସ ସରି ଯାଉଛି

ସମୟ ବି ଦୌଡୁଛି

ସମୟ ର ତାଳେ ତାଳେ କାମ କରୁଛି

ଅବା,ସମୟକୁ ନଷ୍ଟ କରୁଛି।


ସେଇ କାମ କରିବା କଥା

ଯାହା ଦ୍ଵାରା ଭବିଷ୍ୟତ ତିଆରି ହେବ

ଭବିଷ୍ୟତ ପ୍ରସ୍ତୁତି ପଥରେ

ଅବା,ଭବିଷ୍ୟତ ନଷ୍ଟ କରୁଛି।


ମାନୁଛି,ବେକାରୀ ସବୁଠୁ ଯନ୍ତ୍ରଣା

ଅନେକ ଜଟିଳତା ଅଛି

ସେହି ଜଟିଳତା ସମାଧାନ ହେଉଛି

ଅବା,ଜଟିଳତା ଆହୁରି ଜଟିଳତା ହେଉଛି।


ଧନୀ ହେବାର ସ୍ବପ୍ନ ଦେଖିଛି

ନିଜ ମନର ସ୍ବପ୍ନ

ଧନୀ ହେବାକୁ ଯାଉଛି

ଅବା,କେବଳ ସ୍ବପ୍ନ ଦେଖୁଛି।


ଆତ୍ମୀୟ ମାନଙ୍କ ମୋ ପ୍ରତି ଭରଷା

ମୋ ଠାରୁ ବହୁତ ଆଶା

ଆଶା ପୂରଣ କରୁଛି

ଅବା,କେବଳ ଭରଷା ଦେଇଛି।


ଯେଉଁ କଥା ନିଜକୁ ନିଜେ କହିଥିଲି

ଯାହା ମନରେ ସ୍ବପ୍ନ ଥିଲା

ପ୍ରାଣ ଦେଇ ପ୍ରୟାସ କରୁଛି

ଅବା,ବାହାରକୁ ଦେଖେଇ ହେଉଛି।


ଚେତନା ଯେବେଠୁ ପାଇଛି

ମନରେ ସବୁବେଳେ ଚିନ୍ତା କରିଛି

କିଛି ପାଇଲି,କିଛି ହରାଇଲି

ତଥାପି ମୃତ୍ୟୁ ପର୍ଯ୍ୟନ୍ତ ଲକ୍ଷ୍ୟ ପାଇଁ ଚେଷ୍ଟିତ।


ଏ କାହାଣୀ,କେବଳ ମୋର ନୁହେଁ

ପ୍ରାୟ ସମସ୍ତେ ଏହି କାହାଣୀ ସହିତ ଜଡ଼ିତ

ସେମାନେ ଗନ୍ତବ୍ୟସ୍ଥଳ ହାସଲ କରିବେ

ମୋତେ ରାସ୍ତା ସହଜ କରିବାକୁ ହେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract