STORYMIRROR

Pratima Satpathy

Classics

4  

Pratima Satpathy

Classics

ବର୍ଷାର ସ୍ମୃତି

ବର୍ଷାର ସ୍ମୃତି

1 min
262


କାଲିପରି ଲାଗେ ବର୍ଷା ଦିନେ ଯେବେ 

    ଓଳିରୁ ପାଣି ଝରଇ

କାଗଜରେ ଡ଼ଙ୍ଗା ତିଆରି କରି ମୁଁ

   ପାଣିରେ ଦିଏ ଭସାଇ।


ଭାସିଯାଆ ମୋର କାଗଜ ଡଙ୍ଗାରେ

   ପାଣିରେ ତୁ ଭାସିଯାଆ

ଦୂର ଦେଶରେ ଅଛି ସାଙ୍ଗ ମୋହର

    ତା ଖବର ନେଇ ଆ ଆ ।


ବରଷା ହୋଇଲେ କୁଆ ପଥର ଟି

    ଅଗଣାରେ ପଡିଗଲେ

ବରଷାରେ ଭିଜି ଦଉଡି ଯାଏ ମୁଁ

   ଗୋଟାଇ ଆଣେ ହାତରେ ।


ବଡ଼ ସରାଗରେ ତାକୁ ଖାଇଦିଏ 

   ଏବେ ହସ ଲାଗୁଅଛି

ପିଲାଦିନେ କେତେ ବରଷା ପାଣିରେ

   ଆନନ୍ଦରେ ଭିଜିଅଛି ।


ମେଘ ବରଷିଲା ଟୁପୁରୁ ଟୁପୁରୁ

   କେଶର ମାରିଲା ଗଜା

ସାଙ୍ଗ ସାଥି ମେଳେ ଗୀତ ବୋଲୁଥିଲି

   ବରଷା ତୁ ବର୍ଷି ଯାଆ ।


 ନୀଳ ଅମ୍ବରରେ ବଉଦ ଭାସିଲେ

      ବର୍ଷାରେ ଭିଜିବା ପାଇଁ

ସାଙ୍ଗ ସାଥି ହୋଇ ଧାଇଁ ଆସୁଥିଲି

    ଅଗଣାକୁ ଆଗ ମୁହିଁ ।


ଯାଇଛି ସେ ଦିନ ହଜିଛି ହରଷ 

    ଆସିଯାଇଛି ବାର୍ଦ୍ଧକ୍ୟ

ଦେହରେ ଟୋପାଏ ବର୍ଷା ପଡିଗଲେ

   ଦରକାର ଯେ ଔଷଧ ।


ବର୍ଷାର କିଛିନାହିଁ ପରିବର୍ତ୍ତନ 

     ମଣିଷ ବଦଳି ଯାଏ

ପରମେଶ୍ୱର ଙ୍କ ଅପୂର୍ବ ସୃଷ୍ଟିର

   ପରିବର୍ତ୍ତିତ ଯେ ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics