ବର୍ଷାର ସ୍ମୃତି
ବର୍ଷାର ସ୍ମୃତି
କାଲିପରି ଲାଗେ ବର୍ଷା ଦିନେ ଯେବେ
ଓଳିରୁ ପାଣି ଝରଇ
କାଗଜରେ ଡ଼ଙ୍ଗା ତିଆରି କରି ମୁଁ
ପାଣିରେ ଦିଏ ଭସାଇ।
ଭାସିଯାଆ ମୋର କାଗଜ ଡଙ୍ଗାରେ
ପାଣିରେ ତୁ ଭାସିଯାଆ
ଦୂର ଦେଶରେ ଅଛି ସାଙ୍ଗ ମୋହର
ତା ଖବର ନେଇ ଆ ଆ ।
ବରଷା ହୋଇଲେ କୁଆ ପଥର ଟି
ଅଗଣାରେ ପଡିଗଲେ
ବରଷାରେ ଭିଜି ଦଉଡି ଯାଏ ମୁଁ
ଗୋଟାଇ ଆଣେ ହାତରେ ।
ବଡ଼ ସରାଗରେ ତାକୁ ଖାଇଦିଏ
ଏବେ ହସ ଲାଗୁଅଛି
ପିଲାଦିନେ କେତେ ବରଷା ପାଣିରେ
ଆନନ୍ଦରେ ଭିଜିଅଛି ।
ମେଘ ବରଷିଲା ଟୁପୁରୁ ଟୁପୁରୁ
କେଶର ମାରିଲା ଗଜା
ସାଙ୍ଗ ସାଥି ମେଳେ ଗୀତ ବୋଲୁଥିଲି
ବରଷା ତୁ ବର୍ଷି ଯାଆ ।
ନୀଳ ଅମ୍ବରରେ ବଉଦ ଭାସିଲେ
ବର୍ଷାରେ ଭିଜିବା ପାଇଁ
ସାଙ୍ଗ ସାଥି ହୋଇ ଧାଇଁ ଆସୁଥିଲି
ଅଗଣାକୁ ଆଗ ମୁହିଁ ।
ଯାଇଛି ସେ ଦିନ ହଜିଛି ହରଷ
ଆସିଯାଇଛି ବାର୍ଦ୍ଧକ୍ୟ
ଦେହରେ ଟୋପାଏ ବର୍ଷା ପଡିଗଲେ
ଦରକାର ଯେ ଔଷଧ ।
ବର୍ଷାର କିଛିନାହିଁ ପରିବର୍ତ୍ତନ
ମଣିଷ ବଦଳି ଯାଏ
ପରମେଶ୍ୱର ଙ୍କ ଅପୂର୍ବ ସୃଷ୍ଟିର
ପରିବର୍ତ୍ତିତ ଯେ ହୁଏ ।
