ନିରାଶ କରି ନାହିଁ ଶ୍ରାବଣ ଆମକୁ
ନିରାଶ କରି ନାହିଁ ଶ୍ରାବଣ ଆମକୁ
ଅଧା ଶିରାଵଣ କଟି ଯାଇଥିଲା ଗୁଳୁଗୁଳିରେ
ମଣିଷ ଜଳୁଥିଲା
ହନ୍ତସନ୍ତ ହୋଇ ସରବେ ମୁନ୍ଦାଏ ମେଘ ପାଇଁ
ମନ ଚାହିଁ ଥିଲା ।
ଭାବୁଥିଲି ମୁଁ ବସି ପିଲା ବେଳ ସ୍ମୃତିର କଥା,
କିପରି ବରଷା ଵେଳାରେ ,
ଭସାଉଥିଲି କାଗଜ ଡଂଗା କେତେ ମୋର ସବୁ
ଠୁ ପ୍ରିୟ ମୋ ଗାଆଁରେ ।
ସହସା କ୍ଷଣିକେ ଏଇ ବରଷା ମୋର ମନ ଭାବନା
କୁ ଚୋରାଇ ନେଲା
ପୁରୁଣା ବିଷାଦ ସ୍ବପ୍ନ ସ୍ଥାନେ ହୃଦୟେ ବରଷା ଆନନ୍ଦ
ର ଢ଼େଉ ବୁଣି ଦେଲା ।
ଶ୍ରାବଣ ମାସରେ ମନେ ମନେ ସରବେ ଖୋଜୁଣ
ଥିଲେ ଏଇ ବରଷାକୁ
ଆଜି ଧରା ତ ଜୋରରେ ଭିଜିଛି ନିରାଶ କରି ନାହିଁ
ତ ଶ୍ରାବଣ ଆମକୁ ।
ଆଜିର ବରଷା ଆସିଲା ଅମୃତ ଲଗନେ, ହୃଦୟରେ
ଆନନ୍ଦ ଗଲା ଝରି,
ମନ ମଧ୍ୟରେ ମୋ ବାସନା କାମନା ସବୁକୁ ନିମିଷକେ
ଦେଲା ଉଜ୍ଜୀବିତ କରି।
ଏ ପୁଂଜିର ଦୁନିଆରେ କିଏ ଵା ଵୁଝିଵ,ଗରିଵ କଷଣ
ବର୍ଷା ଏକା ଭରଷା,
ମନେ ଭାବୁଛି, ମୌସୁମୀ ଆସିଵ, ଫସଲ ବିଲେ ଫଳିବ
ପୁରିଵ ସକଳ ଆଶା ।
ଦେଖି ଶ୍ରାବଣୀ-ଶ୍ରାବଣର ଏଇ ପ୍ରକୃତି ଜନିତ ପ୍ରେମ
ମନ ମୋର ହୋଇଛି ଖୁସି
ବିଦଗ୍ଧ ମନେ ଶୀତଳତା ଭରି କୁସୁମିତ କରିଛି ଜୀବ
ଜଗତରେ ଅତ୍ୟନ୍ତ ଖୁସି ।
ଚଷା ଭାଇ ମୋର, ଗାଉଛି ହରଷ ମନେ ଦେଖ ମନ
ମତାଣିଆ କେତେ ଗୀତ,
ବରଷାକୁ ଦେଖି ଲଙ୍ଗଳ ଜୁଆଳି ସଜ କରି ଚାଲିଅଛି
କିପରି ଚଷିବାକୁ ତାର କ୍ଷେତ ।
ଖାଉଟି ଭାବୁଛି ଆକାଶ ଛୁଆଁ ପନି ପରିଵାର ଦର
କମିବ, ସେ କିଣି ପାରିବ କିଛି,
ବିଗତ ଦିନର ଦରବୃଦ୍ଧିର ଚାରୁ ଚିତ୍ରପଟ ବଦଳି ପାରିବ
ଶସ୍ତାରେ କିଣି ଖାଇବ ଵାଛି ।
