ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ
ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ
ଶ୍ରାବଣୀ ର ଘର କାହିଁ ଯେ କେଉଁଠି
ସେ ଲବଙ୍ଗ ଦ୍ଵୀପ ର ରାଣୀ,
ଭିଜିବ ବର୍ଷାରେ ଆସିବ ତାଘରେ
ଆଜି ତାର ସାନ ଭଉଣୀ;
ଥିଲା କେଉଁ ଅନ୍ତରାଳେ;
ମୈସୁମୀ ସୁନ୍ଦରୀ କଥା ଦେଇଥିଲା
ଆସିବ ଶ୍ରାବଣ ମାସରେ ।
ବାରତା ସେ ଦେଲା ପହିଲି ଆଷାଢେ
ଯିବି ମୁଁ ଭାରତ ମୂଲକେ,
ଆସିବୁ ଲୋ ନାନୀ ଦେଖା ହେବା ଆମେ
ମାଟି ହସୁଥିବ ପୁଲକେ;
ସବୁଜ କେଦାର ବଳୟ;
ଭିତରେ ବିହାର କରିବା ଆନନ୍ଦେ
କଥା ଦେଉଅଛି ନିଶ୍ଚୟ ।
ପ୍ରଥମ ବାରତା ପହିଲି ଆଷାଢେ
ପାଇ ଯାଇଥିଲା ଶ୍ରାବଣୀ,
ଶ୍ରାବଣେ ଆସିବ ଧୀର ପଦପାତେ
ସାନ ଭଉଣୀ ତା ମୌସୁମୀ;
ଭିଜି ଭିଜାଇବ ଜଗତ;
ଭିଜା ମାଟି ବାସ୍ନା ଅଧୀର କରିବ
ଆନନ୍ଦେ ହସିବ କୃଷକ ।
ସପନରେ ମସଗୁଲ ହୋଇ ଯେବେ
ଶ୍ରାବଣ ଆସିଲା ଭୂଭାଗେ,
ଶ୍ରାବଣୀ ଖୋଜୁଛି ମୌସୁମୀ କୁ ଆଜି
ଲୁଚିଛି ସେ କେଉଁ ମୂଲକେ;
କାହିଁ ସେ ସବୁଜ ବଳୟ;
ନିଦାଘରେ ଧରା ଏବେବି ସିଝୁଛି
ତା ଦେଖି ଶ୍ରାବଣୀ ଅଥୟ ।
ରଜ ଗଲା ଗଲା ଗୁଣ୍ଡିଚା ବାହୁଡା଼
ଜମି ପଡିଅଛି ପଡିଆ,
ଶ୍ରାବଣେ ଶ୍ରାବଣୀ ଖୋଜେ ମଉସୁମୀ
ପାହାଡ କାନ୍ତାର ଗଡିଆ;
ସବୁ ସୁସ୍କ ମୟ ଦିଶଇ;
ମୈସୁମୀ ସେ ନୁହେଁ ଉତ୍ତର ଭାରତେ
ବାଦଲ ଫାଟିଣ ବର୍ଷଇ ।
ଏହା ଦେଖି ଭାଷା ଲେଖି ପଠାଇଲା
ଶ୍ରାବଣୀ ମୌସୁମୀ ପାଖକୁ,
କହିଥିଲୁ କିଆଁ ନଆସିଲୁ କହ
ଭିଜିବି ମୁଁ ନେଇ କାହାକୁ;
କହଇ ମୌସୁମୀ ସୁନ୍ଦରୀ;
ଯାଇଥିଲି ନାନୀ ପାଇଲିନି କାହିଁ
ରହିବି ମଣିଷ ଭଗାରି ।
ସୁନୀଳ ବନାନୀ ପାହାଡ ପର୍ବତ
ମୋର ବିଚରଣ ଭୂଇଁ,
ସବୁତ ଭାଙ୍ଗିଛି ସବୁତ କାଟିଛି
ଧରିତ୍ରୀ ଅସ୍ଥିର ହୁଅଇ;
କେମିତି ନାନୀଲୋ ରହିବି;
ଭିଜିବୁ ବୋଲିତୁ ଭାବିଥିଲୁ ସିନା
ମଣିଷ ସାଜିଛି ବଇରି ।