STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମିଛ ରାଜୁତି

ମିଛ ରାଜୁତି

1 min
380


ଏବେ ମିଛ ର ରାଜୁତି

ମିଛ ଆଗରେ ମିଛ

ମିଛ ପଛ ରେ ମିଛ

ମିଛ କୁ ଘେରି ରହିଛି ମିଛ

ମିଛ ଲମ୍ବି ଯାଇଛି ଦୂର ଦୂରକୁ, ଅସଂଖ୍ୟ ମିଛ

ମିଛ ର ଚକ୍ରବ୍ୟୁହ ରେ ସତ ଲୁଚି ଯାଇଛି

ସତେ ଯେପରି ଅଭିମନ୍ୟୁ,

ଅସହାୟ ଅବସ୍ଥାରେ ଠିଆ ହୋଇଛି।


ମିଛ ପବନରେ ଉଡୁଛି

ମିଛ ବି ଗଛ ର ଶାଖା ପ୍ରଶାଖା ରେ

ମିଛ ବଜାର ରେ ମିଳୁଛି

ମିଛ ଖାଇ,ମିଛ ପିଇ,ମିଛ ବାନ୍ତି ବି ହେଉଛି

ମିଛ ର ଚକ୍ରବ୍ୟୁହ ରେ ସତ ଲୁଚି ଯାଇଛି

ଅସହାୟ ଅବସ୍ଥାରେ ଅଭିମନ୍ୟୁ ଠିଆ ହେଲା ପରି 


ମିଛ ଲେଖନୀ ମୁନରେ

ମିଛ ର ଉନ୍ନତି କରଣ,ଡିଜିଟାଲ ରୂପରେ

ମିଛ ଘୁରି ବୁଲୁଛି ସୋସିଆଲ ମିଡିଆରେ

ମିଛ ର ବି ଭାଇରାଲ୍ ହେଉଛି।


ମିଛ କାରବାର

ମିଛ ପସନ୍ଦ ,ଲୋକ ଦେଖାଣିଆ

ମିଛ ଅଗଣିତ, ଅୟୁତ ଅୟୁତ ଠୁ ବେଶି

ମିଛ ଚକ୍ରବ୍ୟୁହ ରେ ସତ ଲୁଚି ଅଛି

ମାଟିରେ ଲୋଟୁଛି,ସତେ ଯେପରି ନଗଣ୍ୟ ଶୁନ।


ଯୁଗ, ସତ୍ୟ ରୁ ତ୍ରେତୟା ହେଲା

ତ୍ରେତୟା ରୁ ଦ୍ଵାପର

ସତ ଦୁର୍ବଳ,ମିଛ ପ୍ରବଳ

ଦ୍ଵାପର ରୁ କଳି

ସତ କୁ ବଦଳାଇବା ପାଇଁ

କଳ୍କୀ ଅବତାର କେବେ ।


ହେ,ଅଭିମନ୍ୟୁ

ତୁମେ କାହାକୁ ଅପେକ୍ଷା କରିଛ

ମିଛ ଚକ୍ରବ୍ୟୁହ ନଷ୍ଟ ପାଇଁ

ତୁମକୁ କିଛି ମନ୍ତ୍ର ଜଣା କି

ମିଛ ର ରାଜୁତି ପରା ଭଲରେ ଚାଲିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract