STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଆସ ଅବତରି

ଆସ ଅବତରି

1 min
13


ଏ ଧରା ବକ୍ଷ ରେ କଳୁଷ ର ଭାର

ବୋହି ନେବା ପାଇଁ ସାହାସ ନାହିଁ କାହାର

ପ୍ରତି ମୁହୂର୍ତ୍ତରେ ଏଠି ଅନ୍ୟାୟ ର କାରବାର।


ପାର୍ବଣ ବେଳରେ ଆସ ଅବତରି ମା'

ତୁମେ ହିଁ ସକଳ ଜୀବ ଜଗତର ମାଆ 


ଜଗତ ଜନନୀ,ଶିବାନୀ ଭବାନୀ

ଶକ୍ତି ସ୍ୱରୁପିଣୀ,ଦୁର୍ଗତି ନାଶିନୀ


ତ୍ରିପୁର ମୋହିନୀ,ମୁକତି ଦାୟିନୀ

ମହିଷା-ମର୍ଦିନୀ ,ଦୁର୍ଗା ନାରାୟଣୀ


ଦେବୀ ଦଶ ଭୁଜା, ଖଡଗ୍ ଧାରିଣୀ

ଦୁଃଖ ବିନାଶିନୀ,ସଙ୍କଟ ହାରିଣୀ


ଲୀଳାମୟୀ ମାଆ,ହୁଅ ଏବେ ସାହା

ହୁଅ ପରକାଶ,ଅବତରି ଆସ ମାଆ।


ଭିନ୍ନ ଭିନ୍ନ ସ୍ଥଳେ,ଭିନ୍ନ ଭିନ୍ନ ନାମ

ବିଖ୍ୟାତ ହୋଇଛି ,ହେଉଛି ସେ ନାମ।


ତାରା ଚ୍ଛିର୍ଣ୍ଣ-ମସ୍ତା, ପାପଙ୍କୁଶ ଭୁଜା

ଭୈରବୀ ଅମ୍ବିକା,ପାର୍ବତୀ ବିରଜା।


ଉଗ୍ରତାରା ,ଭଗବତୀ,ତାରା ତାରିଣୀ

ମଙ୍ଗଳା,ବିମଳା,କାଳିଜାଇ,ନାରାୟଣୀ।


କିଏ କହେ ଶିବ ପ୍ରାଣ ପ୍ରିୟା,ଖର୍ପର ଧାରିଣୀ

କିଏ କହେ ସିଂହବାହିନୀ ମା ଜଗତ ଜନନୀ।


କିଏ ବା ବର୍ଣ୍ଣି ପାରିବ ନାମ ର ମହିମା

ମା ର ମମତା ଥାଇ ଦୋଷ କର କ୍ଷମା।


ସୁଖ ସମୃଦ୍ଧି ର ଆଶିଷ ବରଷି ,ହୁଅ ମା ସହାୟ

ନର-ରାକ୍ଷସ କବଳୁ ରକ୍ଷା ପାଇଁ ହୁଅ ମା ସଦୟ।


ଦୁଷ୍ଟ ବିନାଶି,ଅହଙ୍କାର ନାଶି ,ପାପ ଧୋଇ ନିଅ ମା

ଏ ମହି ମଣ୍ଡଳେ ହୁଅ ପରକାଶ,ଅବତରି ଆସ ମା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract