STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଅନନ୍ୟ ପ୍ରକୃତି

ଅନନ୍ୟ ପ୍ରକୃତି

1 min
239


ସନ୍ଧ୍ୟା ର ମନୋରମ ପରିବେଶ

ମୃଦୁ ମଳୟ ର ଶୀତଳ ଲହର

ପକ୍ଷୀ ମାନଙ୍କର କିଚିରି ମିଚିରି 

କିଛି କହିବାର ଶୁଣା ଯାଉଛି

ଆସ,ଶୁଣିବା ।


ଫୁଟୁ ଥିବା ଫୁଲର ମହକ

ସୂର୍ଯ୍ୟର ଆଲୋକ ରଶ୍ମି ଓ ଉଜ୍ଜଳ

ଅଦିନିଆ ବର୍ଷା ଓ ମୌସୁମୀ ବର୍ଷା

ବର୍ଷା ଦେଖି ନାଚୁଥିବା ମୟୂର

ମୟୂର ର ନୃତ୍ୟ ଦୃଶ୍ୟ

କିଛି କିଛି କହୁଛନ୍ତି

ଆସ,ଶୁଣିବା ।


ନଦୀ,ନଦୀରେ ପ୍ରବାହିତ ଜଳ

ମୌସୁମୀ ହଲଚଲ ହେବାର ଶବ୍ଦ

କିଛି କିଛି କହୁଛନ୍ତି

ଆସ,ଶୁଣିବା। 


ପ୍ରକୃତି ସବୁଠାରୁ ଅନନ୍ୟ

ସବୁଜ ରଙ୍ଗରେ ରଙ୍ଗାୟିତ

ଅନେକ ରଙ୍ଗର ସମ୍ଭାର ବି ଅଛି

ସେହି ରଙ୍ଗ ବେରଙ୍ଗ ରୂପରେ

ସଭିଏଁ ମୋହିତ

ଶୀତଳ ପବନର ପରଶ ବି ଅଛି

ଶିତଳତା ର ପରଶ ରେ ଶାନ୍ତି ହିଁ ଶାନ୍ତି

ସେହି ଶାନ୍ତି ହିଁ ସୁଖ ନିଦ୍ରା ର ପାଥେୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract