Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

4  

Pratima Satpathy

Classics

ଶ୍ରାବଣ ସୋମବାର

ଶ୍ରାବଣ ସୋମବାର

1 min
350



ଶ୍ରାବଣ ମାସ ପ୍ରଥମ ସୋମବାର

    ଶିବଙ୍କର ବେଶୀ ପ୍ରିୟ

ଜଳ ଅଭିଷେକ ପ୍ରଭୁଙ୍କର ହେବ 

    ପରିବେଶ ଭାବମୟ।


କାଉଡିଆ ମାନେ ପାଣିଭାର ନେଇ

     କେତେଦୂରୁ ଆସିଛନ୍ତି

ଜଳ ଅଭିଷେକ କରି ବେ ପ୍ରଭୁଙ୍କୁ

   ମନ ପ୍ରାଣ ହେବ ତୃପ୍ତି ।


ହାତରେ ବାହୁଙ୍ଗୀ ବେଲପତ୍ର ସହ

   ଚମ୍ପା, ଦୁଦୁରା, ଗୟସ

ନାଗେଶ୍ୱର ଫୁଲ ଚଢିଲେ ଶୀରରେ

   ତୋଷ ହୋଇବେ ମହେଶ ।


ହବିଷ୍ୟାନ୍ନ ଖାଇ ପଥ ଶ୍ରମ କରି

   ଭାବ ଭକତିରେ ଭୋଳ

ଭୋଳାଶଙ୍କରଙ୍କ ମସ୍ତକେ ଢାଳିବେ

    ପବିତ୍ର ନଦୀର ଜଳ ।


ହର ହର ମହାଦେବ ଶବଦରେ

    ଉଛୁଳଇ ଶିବାଳୟ

କୈଳାସ ପୁରୀରୁ ଭାଷି ଆସୁଅଛି 

     ଓଁ ପ୍ରଭୁ ନମଃ ଶିବାୟ ।


ଜୟ ଜୟ ଦେବ ପ୍ରଭୁ ସଦାଶିବ

    ଦେବ ଦେବ ପଞ୍ଚାନନ 

ତୁମ ଦୟା ହେଲେ ସବୁ ଅସମ୍ଭବ 

    ସମ୍ଭବ ହେ ତ୍ରିଲୋଚନ ।


ଅଳପେ ସନ୍ତୋଷ ନାମ ଆଶୁତୋଷ

    ତପେ ବର କୋପେ ବର

ଡିବି ଡିବି କରି ଡମ୍ବରୁ ବଜାଇ

   ଭକ୍ତ ବାଞ୍ଛା ପୂର୍ଣ୍ଣକର ।


ହେ ଶିବ ଶଙ୍କର ଭୋଳା ମହେଶ୍ୱର

    ଏତିକି ମାଗୁଣି ମୋର

ଚରଣ ତଳରେ ଶରଣ ପଶୁଛି 

   ଆଶ୍ରା ଦିଅ ଶ୍ରୀପୟର ।


Rate this content
Log in

Similar oriya poem from Classics