STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ପୁରୁଷ ଜୀବନ

ପୁରୁଷ ଜୀବନ

2 mins
443


ଯେବେ ଘରେ ପୁଅଟିଏ ହୁଏ ଜନ୍ମ

ଖୁସି ହୁଏ ସୀମା ପାର 

ଜ୍ଞାତି କୁଟୁମ୍ବ ମେଳରେ ଖୁସି ବ୍ୟକ୍ତ

ଆମ ବଂଶ ସୁତ୍ରଧର 

କିଏ କହେ କାହ୍ନା,ବଂଶର ପ୍ରଦୀପ 

କିଏ କହେ ଆମ ରାଜା

ଗୁଣୁ ଗୁଣୁ ହୋଇ କିଏ ଗାଏ ଗୀତ

ଘରେ କେତେ ଖୁସି ମଜା

ସ୍ନେହ ଶ୍ରଦ୍ଧା ସହ ବିତେ ପିଲାଦିନ

ସାଙ୍ଗ ମେଳ ଆଉ ଖେଳ

ଯୁବ ଅବସ୍ଥାରେ ଅସାବଧାନତା 

ବେଳେବେଳେ କୋଳାହଳ

ମତୁଆଲା ମନ ପ୍ରଜାପତି ପରି

ମନରେ ତରୁଣୀ ହସ

ଯୁବ ଅବସ୍ଥାରେ ଦାୟିତ୍ଵ ବହନ

ଆପେ ଆପେ ଲିଭେ ହସ

ପୁରୁଷ ପଣିଆ ଆସେ ଜୀବନରେ

ଅନ୍ୟ ଖୁସି ପାଇଁ ଚିନ୍ତା

ଆପେ ଆପେ ବୁଝି ହୁଏ ବୋଝ

ବୋଝ ସହିତ ଦୁଃଶ୍ଚିନ୍ତା

ପ୍ରତି ମୁହୂର୍ତ୍ତରେ ଚିନ୍ତା ଆଉ ବୋଝ

ଅର୍ଥ ରୋଜଗାର ଚିନ୍ତା

ପରିବାର ମୁହଁରେ ହସ ଫୁଟାଇବା

ପ୍ରାୟ ନିତି ଦିନ ବ୍ୟଥା

ଘରର ଦାୟିତ୍ଵ ପିଲାଙ୍କର ଯତ୍ନ

ଅଳି ଅର୍ଦ୍ଦଳିର କଥା

ବ୍ୟଥା ଥାଇ ନିଜ ହୃଦୟ ଭିତରେ

ଉପାୟ ସନ୍ଧାନେ ଚିନ୍ତା

ଘରେ ନିଜେ ହାତୀ ଘୋଡ଼ା ହୋଇ 

ଖେଳିବା ପିଲାଙ୍କ ସହ

ପିଲାଙ୍କ ପସନ୍ଦର ସାମଗ୍ରୀ ଦେବା

ବୋଝ ନୁହେଁ ଖୁସି କୁହ

ପିଲେ ଅବାଟ ରେ ପାଦ ବଢାଇଲେ

ଗୁରୁ ପରି ଶିକ୍ଷା ଦେବା

ରାଗ ଋଷା ମାନ ଅଭିମାନ କଥା

ଦାୟିତ୍ଵ ସହ ତୁଲାଇବା

କିଛି ଅଘଟଣ ହେଲେ ନିଦ ହଜେ

ରାତି ସାରା ବୋଝ ଚିନ୍ତା

ଆଖି ଲୁହ ଦେଖି ମୋତି ବୋଲି ଭାବି

ଛାତିରେ ଅକୁହା କଥା

ହୃଦୟେ ଯନ୍ତ୍ରଣା ସହିତ ଶୋଇବା

ପୁଣି ପ୍ରତ୍ୟୁଷରୁ ଉଠି

କର୍ମକ୍ଷେତ୍ର ଅବା ରୋଜଗାର ଚିନ୍ତା

ବୋଝ ବୋହିବାକୁ ପିଠି

ଘରେ ସୁଖ ବର୍ଷା ପାଇଁ କାର୍ଯ୍ୟ ପନ୍ଥା

ଦିନ ହେଉ ଅବା ରାତି

ଦୁଃଶ୍ଚିନ୍ତା ସହିତ ବିତେ କେତେ ରାତି

ବୋଝ ନ ହୁଏ ସମାପ୍ତି

ନିଜ ପାଇଁ କିଛି ବି କ୍ରୟ ନ ହେଲେ

ଦୁଃଖ ରହୁନି ମନରେ

ପରିବାର ନିମନ୍ତେ କିଛି ବି ନୂଆ

କ୍ରୟ ପର୍ବ ପର୍ବାଣୀରେ

ଦୁଃଖ ବିପଦରେ ଖମ୍ବ ପରି ଠିଆ

ବୋଝ ଥାଇ ବି ନ ହଲି

ସାହସ ସହିତ ବୋଝ କୁ ମୁଣ୍ଡେଇ

ଆଗକୁ ଯିବାକୁ ଚାଲି

ପୁରୁଷ ହିଁ ଦାୟୀ ଭଲ ମନ୍ଦ ପାଇଁ

ସତ୍ୟ ଲୁଚି ଯାଏ ଆପେ

ଅପମାନ ଗାଳି ସହିବାକୁ ହୁଏ

ଘର ,ସମାଜ ସମୀପେ

ଆଉ ମା'ର ପଣତ ହୁଅଇ ଅଭାବ

ମୁଣ୍ଡ ଗୁଞ୍ଜି କହିବାକୁ

ସଂଘର୍ଷ କରିବା ପୁରୁଷର ଧର୍ମ

ବୁଝାଏ ନିଜେ ନିଜକୁ

ପିଲାଏ ଅମଣିଷ ହେଲେ ବି ଚିନ୍ତା

ବୋଝ ବୋଲି ନୁହେଁ ବ୍ୟକ୍ତ

ମଣିଷ ହୋଇ ପିଲାଏ ଭୁଲିଗଲେ

ବ୍ୟକ୍ତ ହୁଅଇ ଅବ୍ୟକ୍ତ

ପରିଣତି ବୟସରେ ସ୍ୱାସ୍ଥ୍ୟ ଚିନ୍ତା

ପିଲାଙ୍କ ମୁହଁକୁ ଚାହିଁ

ସେବା ଶୁଶ୍ରୁଷା ନ ମିଳିଲେ ଚିନ୍ତା

ଜୀବ ଯାଉନି କିମ୍ପାଇଁ

ଚିନ୍ତା ବୋଝ ସହ ପୁରୁଷ ଜୀବନ

ସଦା ଆଲୋଚ୍ୟ ବିଷୟ

ପ୍ରକୃତି ନିୟମ ରହିଛି ରହିବ

କିମ୍ପା ହୋଇବା ଅଥୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics