STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଧନହୀନ

ଧନହୀନ

2 mins
302


କିପରି ଦେଖେ ଓ ଜାଣେ ଏ ଦୁନିଆ

ନାହିଁ ଧ୍ୟାନ ସେଥି ପ୍ରତି

ଗରିବ ହିଁ ଜନ୍ମ ଦେଇଛନ୍ତି ଜାଣି

ଗର୍ବ ଆସେ ନିଜ ପ୍ରତି

ଅଧିକାର ଏହି ପୃଥିବୀ ବକ୍ଷରେ

ହୋଇଅଛି ପ୍ରମାଣିତ

ଏହି ମାଟିର ସୁଗନ୍ଧ ମହକରେ

ହୋଇ ଲାଳିତ ପାଳିତ

ଶରୀରର ଶିରା ପ୍ରଶିରାରେ ଶକ୍ତି

ଯୋଗାଇଛି ଏହି ମାଟି

ବିଲ ବଣ ନଦୀ ନାଳ ଚିହ୍ନି ଥିଲେ

ଏକ ଗରିବ ଛୁଆଟି

ଅନୁଗାମୀଙ୍କୁ ବେଶି କରେ ପସନ୍ଦ

ନିଜ ହୃଦୟ ଭିତରେ

ଅସହାୟତାର ପ୍ରତ୍ୟେକ ମୁହୂର୍ତ୍ତ

ଜଡ଼ିତ ଅଛି ହୃଦରେ

ସ୍ମରଣ ହେଉଛି ଜନ୍ମଦାତ୍ରୀ ମୁଖ

ପ୍ରତି ଦୁଃଖ ମୁହୂର୍ତ୍ତରେ

ମାତ୍ର ପାଣି ପିଇ ବଞ୍ଚିବା ମୁହୂର୍ତ୍ତ

ଏବେ ବି ଅଛି ମନରେ

ଦେଖିଅଛି ପରିବାର ଅନାହାର

ସହି ଅଛି ଜୀବନରେ

ଚୁଲି ଫୁଙ୍କା ସହ କଞ୍ଚା କାଠ ଧୂଆଁ

ଆଖି ମୁଦି ଥାଇ ଘରେ

ଦର ସିଝା ଭାତ ଅଧା ପୋଡ଼ା ରୁଟି

ସ୍ଵାଦ ନିହାତି ନିଆରା

ଲୁଣ-ହଳଦୀ ମିଶ୍ରିତ ଶାଗ ସିଝା

ଥିଲା ଜୀବନର ଧାରା

ଭେଦ ଭାବ ଉଚ୍ଚ ନୀଚ ଅନୁଭବ

ସ୍ମୃତି ରହିଛି ମନରେ

ଆଖିରେ ପାଣି ନ ଥାଇ,ପ୍ରେମ ଭାବ

ଥିଲା ହୃଦୟ କନ୍ଦରେ

ପକ୍ଷପାତ ବିଷୟରେ ମନ ଅଜ୍ଞ

ମା ଦେଇନି ସେ ଶିକ୍ଷା

କେବଳ ସଭିଙ୍କୁ ସମାନ ଗୁରୁତ୍ଵ

ଥିଲା ପିଲା ଦିନୁ ଶିକ୍ଷା

ଶିକ୍ଷା ଥିଲା କଠିନ ପରିଶ୍ରମର

ଆତ୍ମନିର୍ଭରଶୀଳ ର

ଶିକ୍ଷା ଥିଲା ବିପଦରେ ସହାୟତା

ନିଜ ସାଧ୍ୟ ଅନୁସାର

ସେହି ମାଟି କାନ୍ଥ ଘର ଅଛି ମନେ

ସ୍ମୃତି ପରି ରହିଅଛି

ସେହି ମାଟି ଅଗଣାରେ ପିଲାଦିନ

ହସ ଖୁସିରେ ବିତିଛି

ଦୃଶ୍ୟ ବଦଳିଛି ନୂଆ ରଙ୍ଗ ଢଙ୍ଗ

ଚୁଲି ଆଉ ନୁହେଁ ଚିହ୍ନି

ଗ୍ୟାସ ଚୁଲା ବିନା ଧୁଆଁରେ ରନ୍ଧନ

ସମୟ ସାପେକ୍ଷ ପୁଣି

ବେଶ ଭୂଷା ସହ ସବୁ ବଦଳିଛି

ବଦଳିଛି ପକ୍ଷୀ ଦଳ

ରାସ୍ତା ସହ ମେଳି ବଦଳି ଯାଇଛି

ନାହିଁ ସେହି କୋଳାହଳ

ପୂର୍ବ ପରି ସୂର୍ଯ୍ୟ ବି ଅସ୍ତ ହେଉଛି

ନୁହେଁ ଗଛ ଆଢ଼ୁଆରେ

କେଉଁ ଏକ ଉଚ୍ଚ ଅଟ୍ଟାଳିକା ପଛ

ଅବା ପ୍ରାଚୀର ପଛରେ

ଅତ୍ୟାଚାର ର ସେହି ମୁହୂର୍ତ୍ତ ସବୁ

କାନେ କହିଲା ସମୃଦ୍ଧି

ଦାରିଦ୍ର୍ୟର ଅସୁବିଧା ମନ୍ତ୍ର ବଳେ

ଜୀବନେ ସାହସ ବୃଦ୍ଧି

ନିଜ ଗୋଡ଼ରେ ଛିଡ଼ାହେବା ପଥ

ଶିଖାଇଛି ଦାରିଦ୍ର୍ୟତା

କିପରି ବା ଧନ୍ୟବାଦ ଜଣାଇବା

ଖୋଜୁଅଛି ବୁଦ୍ଧିମତା

ଆକାଶକୁ ଛୁଇଁବାକୁ ଶିକ୍ଷା ଦେଲା

ସେହି ପ୍ରିୟ ଦାରିଦ୍ର୍ୟତା

ଯାହା ବି ବିକାଶ ହୋଇଛି ଜୀବନେ

ଆଢ଼ୁଆଳେ ଦାରିଦ୍ର୍ୟତା

ହୃଦୟ ରୁ ଧନ୍ୟବାଦ ଜଣାଉଛି

ଦାରିଦ୍ର୍ୟ କୁ ଅତୀତର

ସଂପୂର୍ଣ୍ଣ ଗର୍ବିତ ମୁଁ ନିଜେ ନିଜକୁ

ଜନ୍ମି ସେହି ଗରିବର....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract