STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

କ୍ରମଶଃ ଅମୃତର ଅନ୍ୱେଷଣ

କ୍ରମଶଃ ଅମୃତର ଅନ୍ୱେଷଣ

2 mins
287

ଅମୃତର ଅନ୍ୱେଷଣ କ୍ରମଶଃ

ଅମୃତ ପ୍ରାପ୍ତିର ସୂଚନା ପ୍ରାପ୍ତି ପରେ

ଅମୃତର ସଂଜ୍ଞା ହେଲା ନିରୂପଣ

ଅମୃତ ଅମରତ୍ଵ ର ପ୍ରତୀକ

ଅମୃତ ପାନ ହିଁ ଅମରତ୍ୱ ପ୍ରାପ୍ତି

ଅମୃତ ହିଁ ସକଳ ଶକ୍ତିର ଆଧାର

ଅମୃତ ଆଶାରେ ସମୁଦ୍ର ମନ୍ଥନ

ଅମୃତ ଲାଳସା ରେ ଦୈତ୍ୟଗଣ ଙ୍କ ସମ୍ମତି

ଅମୃତ ସନ୍ଧାନରେ ଦେବ ଓ ଦୈତ୍ୟ

ଅମୃତ ଆମର, ନିଶ୍ଚୟ ଅମର ।


ଦୁର୍ବାସା ଋଷିଙ୍କ ଅଭିଶାପ

ଦୈତ୍ୟଙ୍କ ଦ୍ଵାରା କରାୟତ ସ୍ୱର୍ଗ-ପୁର

ଶ୍ରୀହୀନ, ଶକ୍ତିହୀନ ଦେବଗଣଙ୍କ

ତ୍ରାହି ତ୍ରାହି ଡାକରେ 

ବିଷ୍ଣୁଙ୍କ ଅମୃତ ସନ୍ଧନାର ଜ୍ଞାନ।


ସମୁଦ୍ର ଭିତରେ କ୍ଷୀର ସମୁଦ୍ର

କ୍ଷୀରରୁ ଲହୁଣୀ ଯେପରି ବାହାରେ

ସମୁଦ୍ର କୁ ମନ୍ଥନ କରିବାକୁ ହେବ

ଏତେ ସହଜ ବି ନୁହେଁ

ଅସୁରଙ୍କ ସହାୟତା ଲୋଡ଼ା

ଦେବଗଣଙ୍କ ଶକ୍ତି ନାହିଁ

ଅସୁରଙ୍କ ସହାୟତା ନିହାତି ଜରୁରୀ

ଅମୃତରୁ ଅମର ହେବାର ଲାଳସା

ଦୈତ୍ୟଗଣଙ୍କ ସମ୍ମତି ପ୍ରଦାନ ।


ମନ୍ଦର ପର୍ବତ ଚାରିପଟେ

ବାସୁକି ସର୍ପକୁ ଗୁଡ଼ାଇ

ମୁଣ୍ଡ ପାଖରେ ଅସୁର,ସାହସୀ

ଲାଞ୍ଜ ପାଖରେ ଦେବଗଣ, ଭୀରୁ 

ମନ୍ଥନ ଆରମ୍ଭ,ବର୍ଷ ବର୍ଷ 

ଏକ ହଜାର ବର୍ଷ,ମନ୍ଥନ ଚାଲିଛି

କାହିଁ ଅମୃତ, ତଥାପି ମନ୍ଥନ ଦୃତ ଗତିରେ!


ମନ୍ଦର ପର୍ବତ ଦୋହଲି ଉଠିଲା

କେମିତି ପୂର୍ଣ୍ଣ ହେବ ଅଭିଯାନ

ବିଷ୍ଣୁ ହେଲେ କଛପ ଅବତାର

ପିଠିରେ ଧରିଲେ ମନ୍ଦର ପର୍ବତ

କିନ୍ତୁ ବାସୁକି ମୁଖରୁ ବିଷର ଜ୍ୱାଳାରେ

ଅସୁରଙ୍କ ମୁଖ ମଣ୍ଡଳ କଳା ଆଉ କଳା

ମନ୍ଥନ ରୋମନ୍ଥନ ରୁ ଉତ୍ପତ୍ତି

ହଳାହଳ କାଳକୁଟ ବିଷ 

ବିଷ ର ଜ୍ଵାଳା ବିନାଶ ର ସୂଚନା

ସୃଷ୍ଟିର ସୁରକ୍ଷା ପାଇଁ ଦେବଦେବ ମହାଦେବ   

ବିଷ ପିଇ ମହାଦେବ ହେଲେ ନୀଳକଣ୍ଠ।


ରତ୍ନ ପରେ ରତ୍ନ,ଚଉଦଟି ରତ୍ନ

ସମୁଦ୍ର ମନ୍ଥନ ରୁ ଜାତ

କାଳକୁଟ ବିଷ, କାମଧେନୁ ଗାଈ 

ଉଚ୍ଚୈ- ଶ୍ରବା ଅଶ୍ୱ,ଐରାବତ ହସ୍ତୀ

କଳ୍ପବଟ ବୃକ୍ଷ,ବରୁଣ ନନ୍ଦିନୀ ଲକ୍ଷ୍ମୀ

ଚନ୍ଦ୍ର, ପଞ୍ଚଜନ୍ୟ ଶଙ୍ଖ, କୌସ୍ତୁଭ ମଣି

ରମ୍ଭା - ଅପସରା ସହିତ ବାରୁଣୀ - ସୁରା

ପାରିଜାତ -ଫୁଲ ଭରା ବୃକ୍ଷ

ଚିକିତ୍ସକ ଧନ୍ୱନ୍ତରି, ହାତରେ ଅମୃତ କଳସ।


ଉଚ୍ଚୈ - ଶ୍ରବା ଅଶ୍ୱ ସହ ବାରୁଣୀ - ସୁରା

ଦୈତ୍ୟଗଣ କରିଲେ ଗ୍ରହଣ

ଅନ୍ୟ ସବୁ କରାୟତ କଲେ ଦେବଗଣ

ସ୍ଵର୍ଗପୁର ର ଶୋଭାରେ ପାରିଜାତ ବୃକ୍ଷ

କୌସ୍ତୁଭ ମଣି ବିଷ୍ଣୁଙ୍କ ଗଳାରେ

ଲକ୍ଷ୍ମୀ ହେଲେ ବିଷ୍ଣୁଙ୍କ ଘରଣୀ

ଶିବଙ୍କ ଜଟାରେ ଚନ୍ଦ୍ର

ନୃତ୍ୟାଙ୍ଗନା ରମ୍ଭା ହେଲା ସ୍ୱର୍ଗପୂର ବାସୀ

କଳ୍ପବୃକ୍ଷ, ଶଙ୍ଖ ବି ଦେବଗଣଙ୍କ ସେବାରେ।


ଅମୃତ ବି ଭାଗ ହେବା କଥା

କଥା ଥିଲା ମନ୍ଥନ ପୂର୍ବରୁ 

କଥାର ମୋଡ ବଦଳିଲା

ଦୈତ୍ୟଗଣ ପାଇଁ ଅମୃତ ବାରଣ 

ଅମୃତ ପାଇଁ ସଂଘର୍ଷ ର ସୂତ୍ରପାତ

ଦେବଗଣ ଅସୁର ଲଢେଇ

ଗରୁଡ଼ ଉଡ଼ିଲା ଧରି ଅମୃତ କଳସ

କିଛି ବୁନ୍ଦା ଖସି ବି ପଡ଼ିଲା ଧରାରେ 

ହରିଦ୍ଵାର, ଉଜ୍ଜୈନ ,ନାସିକ ଓ ପ୍ରୟାଗ କ୍ଷେତ୍ରରେ

କୁମ୍ଭ -ମେଳା ହେଉଛି ପ୍ରତି ବାର ବର୍ଷ ରେ।


ଶକ୍ତିଶାଳୀ ଅସୁର ,କରାୟତ କଲା ଅମୃତ କଳସ

ତ୍ରାହି ତ୍ରାହି ଡାକ ଦେଲେ ଦେବଗଣ

ବିଷ୍ଣୁ ହେଲେ ମୋହିନୀ,ଅପୂର୍ବ ସୁନ୍ଦରୀ

ମୋହ ହେଲେ ଅସୁର ସମୂହ

ସୁନ୍ଦର ରୂପ ସହ ମୋହିଲା ଠାଣିରେ

ମୋହଗ୍ରସ୍ତ ସମସ୍ତ ଅସୁର

ଅମୃତ ବାଣ୍ଟିଲେ ବିଷ୍ଣୁ, ଭୀଆଇଲେ ମାୟା 

ମୋହିନୀ ରୂପକୁ ଦେଖେଇ ଦୈତ୍ୟଙ୍କୁ

ଅମୃତ ବାଣ୍ଟିଲେ ଦେବତା-ଗଣଙ୍କୁ ।


ରାହୁ-କେତୁ ଛଦ୍ମବେଶୀ ରୂପ,ଦେବ ବେଶ

ଦେବତା ମେଳରେ ,ଅମୃତ ଆଶାରେ

ଅମୃତ ଖାଇଲେ, ଅମର ହେବାକୁ

ମୋହିନୀ ବେଶରେ ମାୟାଧର ବିଷ୍ଣୁ

ଜାଣିଲେ ଅମୃତ ରହସ୍ୟ

ସୁଦର୍ଶନ ଚକ୍ରରେ ହେଲା ଶିର ଛେଦ 

ରାହୁ ମୁଣ୍ଡ, ଶରୀର ରେ କେତୁ

ଏବେ ବି ପରାଗ ଓ ଗ୍ରହଣ ସମୟେ

ରାହୁ ଗିଳୁ ଅଛି ସୂର୍ଯ୍ୟ ଆଉ ଚନ୍ଦ୍ର।

ସୂର୍ଯ୍ୟ ଚନ୍ଦ୍ର ହିଁ ଜଣାଇଥିଲେ ଅମୃତ ଖାଇବ କଥା।


ଅମୃତର ପ୍ରଲୋଭନ, ଅମର ହେବାକୁ

ଅମୃତ ଆଢ଼ୁଆଳେ ମୋହିନୀ ସୁନ୍ଦରୀ

ଅମୃତ ଦେଲେନି ଦୈତ୍ୟଙ୍କୁ

ଅମୃତ କୁ ଭୂଲି ଦୈତ୍ୟ,ମୋହିନୀ ମୋହିନୀ

ଅମୃତ କଳସ ଧରି ବିଷ୍ଣୁ,ମୋହିନୀ

ଅମୃତ ପାଇଁ ମୋହିନୀ,ମୋହିନୀ ପାଇଁ ଅମୃତ

ଅମୃତ ଖାଇ ଦେବଗଣ ଶକ୍ତିଶାଳୀ ଓ ଅମର

ଅମୃତ ଖାଇ ରାହୁ -କେତୁ, ମରି ବି ଅମର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract