STORYMIRROR

Anirudha Kund

Classics

4  

Anirudha Kund

Classics

ଜଗତ ଠାକୁର

ଜଗତ ଠାକୁର

1 min
34


ସର୍ବ ପାପ ନାଶେ ଆଖି ପିଛୁଳାକେ

   ଯାହାର ଚରଣ ଧୂଳି

ସେହି ମୋର ପ୍ରଭୁ ଜଗତ ଠାକୁର

   ତାକୁ କେ ପାରିବ କଳି ॥


ବଡ ଦେଉଳକୁ କାହିଁକି ଛାଡୁନୁ

   ସିଂହ ଦ୍ବାର ଦେଉ କିଳି

କୁହ ଆହେ ପ୍ରଭୁ ପାପ କିଆଁ ଆଜି

   ଗଲାକି ସବୁଠୁ ବଳି ॥


ନିଜ ଘରେ ନିଜେ ସଭିଁଏ ଆବଦ୍ଧ

   ଜୀବନଟା ଯାଏ ଜଳି

ପତିତ ପାବନ କରୁଣ ନିଦାନ

   ଏହିକି ମୋ ବନମାଳୀ ॥


ଭାବର ଠାକୁର ଭାବରେ ତୋହର

  ନଲାଗୁ କଳଙ୍କ କାଳି

ଜଗତ ଉଦ୍ଧାର କର ଆହେ ପ୍ରଭୁ

  ଡାକୁଅଛି ଲୁହ ଢାଳି ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics