ଜଗତ ଠାକୁର
ଜଗତ ଠାକୁର


ସର୍ବ ପାପ ନାଶେ ଆଖି ପିଛୁଳାକେ
ଯାହାର ଚରଣ ଧୂଳି
ସେହି ମୋର ପ୍ରଭୁ ଜଗତ ଠାକୁର
ତାକୁ କେ ପାରିବ କଳି ॥
ବଡ ଦେଉଳକୁ କାହିଁକି ଛାଡୁନୁ
ସିଂହ ଦ୍ବାର ଦେଉ କିଳି
କୁହ ଆହେ ପ୍ରଭୁ ପାପ କିଆଁ ଆଜି
ଗଲାକି ସବୁଠୁ ବଳି ॥
ନିଜ ଘରେ ନିଜେ ସଭିଁଏ ଆବଦ୍ଧ
ଜୀବନଟା ଯାଏ ଜଳି
ପତିତ ପାବନ କରୁଣ ନିଦାନ
ଏହିକି ମୋ ବନମାଳୀ ॥
ଭାବର ଠାକୁର ଭାବରେ ତୋହର
ନଲାଗୁ କଳଙ୍କ କାଳି
ଜଗତ ଉଦ୍ଧାର କର ଆହେ ପ୍ରଭୁ
ଡାକୁଅଛି ଲୁହ ଢାଳି ॥