STORYMIRROR

Raja Sekhar CH V

Abstract Classics Inspirational

4  

Raja Sekhar CH V

Abstract Classics Inspirational

ଭବ୍ୟ ଭୁବନେଶ୍ୱର

ଭବ୍ୟ ଭୁବନେଶ୍ୱର

1 min
129

ଉତ୍କଳୀୟଙ୍କ ପ୍ରାଚୀନ ଆଧ୍ୟାତ୍ମିକ ନଗରୀ ଯେ ତ୍ରିଭୁବନେଶ୍ୱର,

ଲିଙ୍ଗରାଜ ଦେଉଳ ହେତୁ ବିଶ୍ୱବିଖ୍ୟାତ ଆମର ଭୁବନେଶ୍ୱର

ଅଦ୍ଭୁତ ଅପୂର୍ବ ତୋରଣ ହେତୁ ପ୍ରସିଦ୍ଧ ହୋଇଛନ୍ତି ମୁକ୍ତେଶ୍ଵର,

ଆଶୀର୍ବାଦ ଦେଉଛନ୍ତି ଭାସ୍କରେଶ୍ୱର ରାମେଶ୍ୱର କପିଳେଶ୍ୱର

 

ଏକାମ୍ର କ୍ଷେତ୍ରର ଅଛି ନିଜର ଭବ୍ୟ ଦିବ୍ୟ ଐତିହ୍ୟ,

ଅପରିମେୟ ଯେ କଳିଙ୍ଗ ଶିଳା-ଶିଳ୍ପୀଙ୍କର ସ୍ଥାପତ୍ୟ,

ପୁରାତନ ଶିଳ୍ପକଳା ଶୈବପୀଠ ଦେଇଛନ୍ତି ପ୍ରାଶସ୍ତ୍ୟ,

ମନ୍ଦିର ମାଳିନୀ ରାଜଧାନୀର ଅଛି ନିଜର ସୌନ୍ଦର୍ଯ୍ୟ

 

ହୀରାପୁର ଚଉଷଠି ଯୋଗିନୀ ମନ୍ଦିର ଯେ ଅତ୍ୟନ୍ତ ମନୋହାରୀ,

ଅଶୋକାଷ୍ଟମୀ ରୁକୁଣା ରଥ ଯାତ୍ରା ଯାହା ଅତ୍ୟନ୍ତ ଆକର୍ଷଣକାରୀ,

ବିନ୍ଦୁସାଗର ଶ୍ରୀ ଅନନ୍ତବସୁଦେବ ଗୁଡ଼ି ଯେ ସମାଦରର ଅଧିକାରୀ,

ରାଜାରାଣୀ ପ୍ରେମ ମନ୍ଦିର ଦର୍ଶନରେ ଆନନ୍ଦ ପାଆନ୍ତି ଭ୍ରମଣକାରୀ

 

ଯୁଗଳ ପ୍ରେମୀ କେଦାର-ଗୌରୀଙ୍କ ସ୍ମରଣ କରାଏ କେଦାରେଶ୍ୱର ଦେବାୟତନ,

ସମ୍ରାଟ ଅଶୋକଙ୍କର କଳିଙ୍ଗ ଯୁଦ୍ଧ ଜଣାଏ ଦୟା ନଦୀ ଧଉଳି ବୌଦ୍ଧ ଆୟତନ,

ଖଣ୍ଡଗିରି ଉଦୟଗିରି ପୂର୍ବବର୍ତ୍ତୀ ଗୁମ୍ଫା ସହ ମାଘ ମେଳା ନିତ୍ୟ ଲାଗେ ନବତନ,

ଶିଶୁପାଳଗଡ଼ ଐତିହାସିକ ଭଗ୍ନାବଶେଷ ପାଟଣା କେବେ ଯେ ଥିଲା ଅଧୁନାତନ


ନନ୍ଦନକାନନ ପ୍ରାଣୀ ଉଦ୍ୟାନ କେତେ ଯେ ମନୋରମ,

ବିଭିନ୍ନ ପ୍ରମୋଦ-ଉଦ୍ୟାନର ସନ୍ଦର୍ଶନ ରହିବ ଅବିରାମ,

ସର୍ବଜନଙ୍କର ସାଂସ୍କୃତିକ ବିନିମୟରେ ନାହିଁ ଯେ ବିରାମ,

ମନ୍ଦିର-ମାଳିନୀ ଭବ୍ୟ ଭୁବନେଶ୍ୱର ମହାନଗରୀକୁ ପ୍ରଣାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract