STORYMIRROR

SUSHREE SANGITA

Abstract Classics Others

4  

SUSHREE SANGITA

Abstract Classics Others

ଓଡ଼ିଆ ମାଟିର ସନ୍ତାନ ଆମେ

ଓଡ଼ିଆ ମାଟିର ସନ୍ତାନ ଆମେ

1 min
226

ଓଡ଼ିଆ ମାଟିର ସନ୍ତାନ ଆମେରେ

ଓଡ଼ିଶା ଆମର ଜନମ ଭୂଇଁ,

ସେବାରେ ତାର ଜୀବନ ଦେବାରେ

ଧର୍ମ,ଜାତି ଭେଦଭାବ କୁ ଉଜେଇଁ।

ଓଡିଶା ପାଣି ପବନେ

ଦେହ ଗଢା ଯେ ଆମର

ବର୍ଷ ମାସ ଦିନ ହୋଇ,

ଗରବ ଆମର ଭାଷା ଯେ ଓଡ଼ିଆ

କହିବା ସହିଙ୍କୁ ଛାତି ଫୁଲାଇ ।

ବାର ମାସରେ ତେର ପରବ

ହୁଏ ଯେ ଓଡ଼ିଶା ମାଟିରେ,

ଜଗତର ନାମ ସେ କାଳିଆ ଠାକୁର

ଅଛନ୍ତି ଆମ ଶ୍ରୀକ୍ଷେତ୍ରରେ।

ଓଡ଼ିଶା ଶିଳ୍ପୀର କାରିଗରୀ କଳା

ଜଗତେ ଅରଜିଛି ଅନେକ ଖ୍ୟାତି

ଓଡ଼ିଶୀ ନୃତ୍ୟ ପାଇଁ ପ୍ରସିଦ୍ଧ ଅଟେ

ଆମରି ଓଡ଼ିଆ ମାଟି।

ଏଇଠି ଜନମି ଗୋପବନ୍ଧୁ କେତେ

ରଖିଗଲେ ଜାତିର ନାମ,

ଉତ୍କଳ ମଣି ହୋଇଲେ ଅମର

ଧନ୍ୟ କରି ଆମ ଧାମ।

ହିନ୍ଦୁ,ମୁସଲିମ,ଶିଖ, ଖ୍ରୀଷ୍ଟିଆନ୍

କେହି ନୁହେଁ ଆନ ଏଠି,

ଓଡ଼ିଆ ଭାଷାର ଓଡ଼ିଆ ଜାତିର

ପ୍ରାଣେ ଭରେ ଜାତି ପ୍ରୀତି।


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract