STORYMIRROR

SUSHREE SANGITA

Abstract Others

4  

SUSHREE SANGITA

Abstract Others

ବରଷା ୠତୁ

ବରଷା ୠତୁ

1 min
192

ବରଷକେ ପଡେ

ବାରମାସ ଛଅଟି ଋତୁ;

ସବୁଠୁ ସୁନ୍ଦର ସବୁରି ପ୍ରିୟା

ସେଇଟା ହେଉଛି ବରଷା ଋତୁ।


ମୟୂର ନାଚେ 

ନୀଳ ଆକାଶେ କଳା ବଉଦ ଦେଖି;

କୃଷକ ମୁଖେ ହସ ଫୁଟଇ

ବରଷା ଟୋପା ଦେଖି।


ବାଡି ବଗିଚାରେ ଲଗାଇ ଦେଲେ

ଜାତି ଜାତିକା ଫୁଲ ଗଛ

ସୁନ୍ଦର ଆଉ ସବୁଜ ଦିଶେ

ତା ପାଇଁ ଆମ ପରିବେଶ।


ଜନହିତ ପାଇଁ 

ଯଦି ଆମେ ଗଛ ଦେବା ଲଗାଇ

ତେବେ ଗଛ ଆଣିବ ମେଘ

ଆମରି ପାଇଁ।


ବରଷା ଋତୁରେ ପଡେ

ଆମ ରଥଯାତରା ପରବ;

ଦେଶ ବିଦେଶରୁ ଛୁଟି ଆସନ୍ତି

ଆମ ପୁରୀକୁ ଭକତ।


ସମୁଦ୍ର କରେ ଶଙ୍ଖ ନାଦ

ବରଷା ଧୁଏ ପାଦ;

ସେ ଦୂର ଗଗନେ ମଧୁର ଲଗନେ

ଦେବତା ଗାଆନ୍ତିି ଓଁ କାର ନାଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract