STORYMIRROR

SUSHREE SANGITA

Tragedy Crime Others

3  

SUSHREE SANGITA

Tragedy Crime Others

ଭଦ୍ରମୁଖା ପିନ୍ଧା ସାଥୀ ମୋହର

ଭଦ୍ରମୁଖା ପିନ୍ଧା ସାଥୀ ମୋହର

1 min
234

ଧରିଥିଲି ହାତ ତୋର

ଜୀବନ ସାଥି ରୂପେ,

ଛାଡ଼ିଦେଲୁ ହାତ ମୋର

ଯେମିତି ଜାଣିନାହୁଁ ତୁ ମୋତେ।


କରିଦେଲୁ ମୋତେ ସାତପର

ଦେଇ ମୋ ମୁଖେ ଜହର,

କେମିତି ଅବା ଭୁଲିଗଲୁ

ଦିନେ ସଭିଙ୍କୁ ତ୍ୟାଗ କରି 

ଚାଲିଆସିଥିଲି ସାଥେ ତୋର।


ମଉଳିଗଲା କି ମୋ ଦେହର ସୌନ୍ଦର୍ଯ୍ୟ

ଅବା ମୋ ପିତାଙ୍କ ଧନ!!

ଭୁଲିଗଲୁ ତୁହି ଦେଇଥିଲୁ ମୋତେ

ସାତ ଜନମର ବଚନ!!


ଜିଇଁ ଥାଉ ଥାଉ

କରିଦେଲୁ ମୋତେ ଗୋଟେ ଜୀଅନ୍ତା ଶବ,

ତଥାପି ମୁଁ ମଙ୍ଗଳ ଚିନ୍ତାକରି ତୋର

ଜାଳୁଥାଏ ମନ୍ଦିରେ ଅଖଣ୍ଡ ଦୀପ।


ତୋର ଛୁରୀ ପ୍ରହାର 

ଯନ୍ତ୍ରଣା ଦିଏ ନାହିଁ ସେତେ

ଯେତେ ତୋର ମିିଛରେ ଲାଗେ,

କହିଥରୁଟିଏ ଦେଖିଥାନ୍ତୁ

ଦୂରେଇ ଯାଇଥାନ୍ତି ଜୀବନୁ ତୋର

ଛାଇକୁ ବି ସ୍ପର୍ଶ କରିପାରିନଥାନ୍ତୁ ତୁ କେବେ।


 ମିଛ ଭଲପାଇବା ଦେଖେଇ

ଦେଲୁ ପଥର ପାଦେ ମୋର ବନ୍ଧେଇ,

ନାଲିବସ୍ତ୍ରେ ମୋତେ ସଜାଇ

ଅସ୍ତିତ୍ବ ଦେଲୁ ମୋର ଲିଭେଇ ।


ଯେଉଁ ଜଳ ତୋ ହାତେ ସେବନ କରାଇ

ପୂର୍ଣ୍ଣ କରୁଥିଲୁ ମୋ ସାବିତ୍ରୀ ବ୍ରତ

ସେଇ ଜଳେ ମୋ ଜୀବନ ନେଲୁ

କେମିତି ଥରିଲାନି ଟିକିଏ ତୋ ହାତ।



Rate this content
Log in

Similar oriya poem from Tragedy