STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
85

     ଜୀବନ ଛାଇ ଆଉ ଆଲୁଅର ଖେଳ

     ସମୟର ଅଗଣାରେ

       ସତ କେବେ ଛଳନାରେ                 

  ପାପର ଅନ୍ଧାର ଖୋଜେ ପୂନ୍ୟର ସକାଳ ..


  ଫୁଲର ମହକ କେବେ ବୋହିଆଣେ ମଳୟ

  କେବେ ପୁଣି ମାଡିଆସେ ଅକାଳ ପ୍ରଳୟ

  ଆକାଶର ରଙ୍ଗ ଯାଏ ନିମିଷେ ବଦଳି

  ବିନା ମେଘେ ଚଉଦିଗେ ଚମକେ ବିଜୁଳି

   ହିସାବ ଖାତାରେ ଜମେ ଧୂଳିର ବହଳ ...


  ଭଲଲାଗେ ଖୋଜିବାକୁ ଇତିହାସ ପୃଷ୍ଠା

  ଚିତ୍ରକଳ୍ପ ପରିତାର ଅଙ୍କାବଙ୍କା ରାସ୍ତା

  ଝୁଣ୍ଟିବାର ମଜା ଏଠି ଉଠିବାର ମଜା

  ଲୁହକୁବି ହସ ଦିଏ ବେଳେବେଳେ ସଜା

  ସୁଖଦୁଃଖ ଭାବନାବ ପିରତି ବହଳ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics