STORYMIRROR

Dr Baman Chandra Dixit

Classics

3  

Dr Baman Chandra Dixit

Classics

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
207


ଏଇ ପାଖେ ଏକ ଚୋରା ବାଟ ଥିଲା

ସେହି ରାସ୍ତାର ପ୍ରହରୀ ଥିଲି ମୁଁ

ପରିଚୟ ଦେଇ ତୁମେ ଚାଲିଗଲ

ନିଜ ବାଟ ଓଗାଳୁଛି ନିଜେ ମୁଁ।


ଦିନ ଥିଲା ଯେବେ ଚିହ୍ନି ପାରିଲିନି

ସବୁ ଅସଲି ଅସଲି ଦିଶୁଥିଲା

ସେନେହ ବୋଲି ମୁଁ ଯାହା ଭାବୁଥିଲି

ମରୁ ମରୀଚିକା ମୋହ ଘାରିଥିଲା

ସଞ୍ଜ ହେଲାପରେ ଛାଇ ଲୁଚିଗଲା

ସବୁ ପଚାରନ୍ତି କହ କିଏ ତୁ।


କେତେ କଣ୍ଟା ଝଟା ଗୋଟେଇ ଗୋଟେଇ

ଘାସ ଗାଳିଚା ଯତନେ  ବୁଣିଥିଲି

ନିଦାଘ ଦହନେ ଦଗ୍ଧ ଆଶଙ୍କା କୁ

ଜାଣି ଛାୟା ଛତ୍ର ପତ୍ର ତୋଳିଥିଲି

ଚାଲି ଯାଉ ଯାଉ ତୁମେ କହୁଥିଲ

ଆମେ ଯାଉଛୁ ସେଇଠି ଥାଆ ତୁ।


ପାଇବାର ଆଶା ନାହିଁ ବୋଲି କହି

ବହଲେଇ ଦିଅନାହିଁ ମଣିଷ ମୁଁ

କର୍ମ କରିଥିଲେ ଚାହିଁ ବସିଥାଏ

କର୍ମଫଳ ଦିନେ କାଳେ ଭୋଗିବାକୁ

ସରିବା ଆଗରୁ ସାରି ସବୁ କାମ

ଅଳ୍ପ ଆରାମ କରିବା ବେଳ ଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics