ବାସ୍ତବ
ବାସ୍ତବ
ବୟସ ଚାଦର ଛିନ୍ନ ଆଜି କ୍ଲାନ୍ତ
ପରସ୍ତ ଧୂଳିରେ ରଂଗ ଅବଶାନ୍ତ
ମନ ଆସ୍ତରେ ସମୟ ସୂର୍ଯ୍ୟ ରକ୍ତିମ
ରାତ୍ର ଅନ୍ଧକାରେ ସ୍ବର ସବୁ କରନ୍ତି ଅସ୍ଥିର
ଟଗର କନିୟର ଡାଳରେ ଥାଇ
ଡାକନ୍ତି ପ୍ରଭାତେ ତୋଳିବା ପାଇଁ
ମଲ୍ଲୀ ମାଳତୀର, ବାସ୍ନା ଅଦ୍ଭୁତ
ନିଦରୁ ଉଠାନ୍ତି ଚ଼ଞ୍ଚଳ କରି
ସର୍ବ ଦେବା ଦେବୀ ଚାହିଁ ବସିଥାନ୍ତି
ଦୂବ ଦୁଲ୍ଲଭାକୁ ସତେଜ କରି
ପଞ୍ଚାମୃତ ଜଳେ ସ୍ନାନକରି ମନ୍ତ୍ରେ
ଅଗୁର ଚନ୍ଦନ ତୂଳସୀ ନାଇ
କି ସୁନ୍ଦର ସତେ ଚାପ ଚଉଦଳ
କାହାଳୀ ସୂରରେ ଘଣ୍ଟ ମାର୍ଦ୍ଦନ
ସରଳ ସେ ପ୍ରାଣ ଏକତାର ବଳ ଲାଗେ ସୁନ୍ଦର
ଅଭାବ ମନରେ ସ୍ବଭାବ ଧନୀ
ସ୍ନେହ ହସ ଖୁସି ସୁନ୍ଦର ଲାଗନ୍ତି
ଜଟିଳ ସେ ଗର୍ବ- ମନୁ ପାଶୋରୀ
ଚଞ୍ଚଳା ସେ ପରୀ ଭାବନା ପ୍ରହରୀ
ବାସ୍ତବ ସୂରୂଜ ସମୟ ଦିଘଢି
ହସ ଉଲ୍ଲାସକୁ ଅଣ୍ଟିରେ ଧରି
ଦୀର୍ଘ କ୍ଲେଷ ପଥ କରେ ସେ ପାରି
କିଏ ବା ଜାଣିଛି କେବେ ବାନ୍ଧି ନେବ
ସମୟ କାଳ ସେ ବାନ୍ଧିବ ଡୋରି ।