STORYMIRROR

Jyotsna Acharya

Classics Inspirational Others

3  

Jyotsna Acharya

Classics Inspirational Others

ବାସ୍ତବ

ବାସ୍ତବ

1 min
223


ବୟସ ଚାଦର ଛିନ୍ନ ଆଜି କ୍ଲାନ୍ତ

ପରସ୍ତ ଧୂଳିରେ ରଂଗ ଅବଶାନ୍ତ

ମନ ଆସ୍ତରେ ସମୟ ସୂର୍ଯ୍ୟ ରକ୍ତିମ

ରାତ୍ର ଅନ୍ଧକାରେ ସ୍ବର ସବୁ କରନ୍ତି ଅସ୍ଥିର

ଟଗର କନିୟର ଡାଳରେ ଥାଇ

ଡାକନ୍ତି ପ୍ରଭାତେ ତୋଳିବା ପାଇଁ 

ମଲ୍ଲୀ ମାଳତୀର, ବାସ୍ନା ଅଦ୍ଭୁତ

ନିଦରୁ ଉଠାନ୍ତି ଚ଼ଞ୍ଚଳ କରି

ସର୍ବ ଦେବା ଦେବୀ ଚାହିଁ ବସିଥାନ୍ତି

ଦୂବ ଦୁଲ୍ଲଭାକୁ ସତେଜ କରି

ପଞ୍ଚାମୃତ ଜଳେ ସ୍ନାନକରି ମନ୍ତ୍ରେ

ଅଗୁର ଚନ୍ଦନ ତୂଳସୀ ନାଇ

କି ସୁନ୍ଦର ସତେ ଚାପ ଚଉଦଳ

କାହାଳୀ ସୂରରେ ଘଣ୍ଟ ମାର୍ଦ୍ଦନ

ସରଳ ସେ ପ୍ରାଣ ଏକତାର ବଳ ଲାଗେ ସୁନ୍ଦର

ଅଭାବ ମନରେ ସ୍ବଭାବ ଧନୀ

ସ୍ନେହ ହସ ଖୁସି ସୁନ୍ଦର ଲାଗନ୍ତି 

ଜଟିଳ ସେ ଗର୍ବ- ମନୁ ପାଶୋରୀ

ଚଞ୍ଚଳା ସେ ପରୀ ଭାବନା ପ୍ରହରୀ

ବାସ୍ତବ ସୂରୂଜ ସମୟ ଦିଘଢି

ହସ ଉଲ୍ଲାସକୁ ଅଣ୍ଟିରେ ଧରି

ଦୀର୍ଘ କ୍ଲେଷ ପଥ କରେ ସେ ପାରି

କିଏ ବା ଜାଣିଛି କେବେ ବାନ୍ଧି ନେବ

ସମୟ କାଳ ସେ ବାନ୍ଧିବ ଡୋରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics