STORYMIRROR

Amarananda Nayak

Classics Inspirational

3  

Amarananda Nayak

Classics Inspirational

କାନ୍ଥ

କାନ୍ଥ

1 min
200


ଭୂମିର ଜ୍ଯାମିତିକ ପରିସୀମା ଟାଣି, 

ଶୀତରେ ଥରି ଥରି, ଖରାରେ ସିଝି ସିଝି, 

ବରଷାରେ ଭିଜି ଭିଜି, ପ୍ରହରୀ ସାଜି ଠିଆ

ଚାରି କାନ୍ଥ, ହଟତପ ସମ ମୌନବ୍ରତ। 

ଚିପୁଡ଼ି ଦେଲେ ଝରି ପଡିବ ସତେ ଅବା

କେତେ ଝାଳ, ଲୁହ ଆଉ ରକ୍ତ। 

କାନ୍ଥ ଟାଣ ଥିଲେ ଛାତ ସୁନ୍ଦର। 

କାନ୍ଥ ଦୋହଲି ଗଲେ ଛାତ ଥରହର

ରଙ୍ଗେଇ ହେଲେ କାନ୍ଥ ଭଲ ଦିଶିବ। 

ବେ ରଙ୍ଗୀ ହେଲେ କେତେ ମନ ତୁଟିବ

ବନ୍ଧ ଦୁଇ କୂଳ ଯୋଡେ।

ମଝି ଅଗଣାରେ ଉଠିଲେ, 

କେତେ କୁଳ ତୋଡେ।

ଏକ ରକ୍ତ ଦୁଇ ଧାର ହୁଏ। 

ବିନା ଯୁଦ୍ଧେ ନଦେବି ସୂଚ୍ଯଗ୍ରେ ମେଦିନୀ

ପଣରେ, ରକ୍ତର ନଈ ବହେ। 

କାନ୍ଥ ଅନେକ ପାପ ଓ ପୂଣ୍ୟର ମୂକସାକ୍ଷୀ। 

କେତେ ହସଓ ଲୁହର ଅପଢା ଦିନଲିପି। 

କାନ୍ଥ ବେସରମ ହୋଇ, ସରମି ରାତିର

କାହାଣୀ, ସରମର ଗହଣା, ଲାଜର

ଓଢଣା ଖୋଲିବା ଦେଖିଛି। 

ଚାରି କାନ୍ଥ କେତେ ଅକୁହା ବେଦନା, 

ଦହନ ଯାତନା ଲୁଚାଇ ରଖିଛି। 

କାନ୍ଥ ଦେହେ କେତେ ତିକ୍ତ ଓ ମଧୁର, 

ସ୍ମୃତିର ଝୁଲନ୍ତା ଫଟୋଚିତ୍ର। 

ଏନ୍ତୁଡି ଓ ମଶାଣି ଜନର ଆସିବା

ଓ ଯିବାର ସାକ୍ଷୀ ସେ ଏକାନ୍ତ। 

ବେଶି ଲିପିଲେ କାନ୍ଥ ଦିନେ ଫାଟିବା। 

ଅତି ଭାବ କଲେ ମନ ଦିନେ ତୁଟିବ। 

ପ୍ରାଣ ପକ୍ଷୀ ଯେବେ ଯିବ ଉଡ଼ି, 

 କାନ୍ଥ ପଡିବ ଭୂଷୁଡି। 

  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics