STORYMIRROR

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ଶାପ ମୁକ୍ତ କୁବେର ପୁତ୍ର

ଶାପ ମୁକ୍ତ କୁବେର ପୁତ୍ର

1 min
214

ଧନର ଠାକୁର ସ୍ୱର୍ଗର କୁବେର

ପ୍ରାଚୁର୍ଯ୍ୟର ଅଧିଶ୍ୱର

ମଣି ଗ୍ରୀବ ପୁତ୍ର  ଓ ନଳ କୁମର

ଜ୍ଞାନ ଶୂନ୍ୟ ଅଂହକାର ll


ନାରଦ ମୁନିଙ୍କୁ ଦେଲେ ଅପମାନ 

 ଶେଷସୀମା ଗରବର 

କ୍ରୋଧ ଅସମ୍ଭାଳ ବ୍ରହ୍ମାଙ୍କ ତନୟ

ଶାପ ଦେଲେ ମୁନିବର ll


ଯାଆଁଳା ଅର୍ଜୁନ ବୃକ୍ଷରେ ଜନ୍ମିତ

ମନେ ମନେ ଅନୁତପ୍ତ 

ମୁନି ଅଭିଶାପ ମୁକତିର ପଥ

ଅପେକ୍ଷାରେ ଦୁଇ ଭ୍ରାତ ll


ଧର୍ମର ସ୍ଥାପନ ନର ଦେହେ ବିଷ୍ଣୁ

ଯୁଗେ ଯୁଗେ ଅବତାରୀ

ଦ୍ୱାପରେ ଶ୍ରୀକୃଷ୍ଣ ଯଶୋଦାର ଧନ

ଭଗବାନ ଦେହଧାରୀ ll


ଲବଣୀର ଚୋର ନଟିଆ ଗୋପର 

ଗୋପାଙ୍ଗନାଙ୍କ ଗୁହାର 

ଯଶୋଦା ବାନ୍ଧିଲେ ଶ୍ରୀକୃଷ୍ଣ ରଜ୍ଜୁରେ

ମାୟା ରଚେ ମାୟାଧର ll


ଶ୍ରୀକୃଷ୍ଣ ରଜ୍ଜୁରେ ଯାଆଁଳା ଅର୍ଜୁନ

ବୃକ୍ଷ ଦ୍ବୟ ଉପୁଡିଲା

କୁବେରର ସୁତ ଅଭିଶାପ ମୁକ୍ତ

ସ୍ୱର୍ଗକୁ ଯେ ବାହୁଡ଼ିଲା ll


କେତେ ଲୀଳା ଖେଳା ଗୋପେ କାହ୍ନୁ କଲା

ଯଶୋଦାର ଗଣ୍ଠିଧନ

ଅସୁର ନିଧନ କାଳୀୟ ଦଳନ

ଗୋପୀଙ୍କ ମନମୋହନ ll


ମୟୂର ଚୁଳିଆ ନୟନ ପିତୁଳା

ଯଶୋଦାର ପ୍ରାଣଧନ

ଯାଉଛୁ ଶରଣ କରୁଛୁ ଜଣାଣ

ଭୁଜ ଟେକି ସମର୍ପଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics